ଆସିକା ( ବିପ୍ଲବୀ ପରିକ୍ରମା ):- ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ରାମ କୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ର କୁନି କୁନି କଳାକାର ମାନଙ୍କ ଦ୍ୱାରା ଏକ ସଚେତନତା ଧର୍ମୀ ନାଟକ ମଞ୍ଚସ୍ଥ ହୋଇଥିଲା l
ଆସିକା ସହର ର ସାହି, ଗଳି, ବସ୍ତି ଏବଂ ଅପରିଷ୍କାର ସ୍ଥାନରେ ଅଳିଆ ଅସନା ପକାଇବା ଦ୍ୱାରା ଅନେକ ମାରାତ୍ମକ ରୋଗରେ ଧନ, ଜୀବନ ନଷ୍ଠ ହୁଏ I ଆମେ ଅଳ୍ପ ଅସାବଧାନତା ଠାରୁ ଦୁରେଇ ରହିଲେ ସୁସ୍ଥ ଜୀବନଯାପନ ରେ ବଂଚିବା I ସେନେଇ ଏକ ସୁନ୍ଦର ନାଟକ ବାପା କୁ ହୋଇଛି ଜ୍ଜର ପରିବେଷଣ କରିଥିଲେ l ଏନଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ସଂଯୋଜନା ରେ ଏନ ଏ ସି ଅଧକ୍ଷl ବିନେତା ସ୍ୱାଇଁ, ଉପଧକ୍ଷା ଜୟନ୍ତୀ ବିଷୋୟୀ, ବିଡ଼ିଓ ଫକିର ଚରଣ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l
ଆସିକା ଏନ ଏ ସି ପକ୍ଷରୁ ଆୟୋଜିତ ଚିତ୍ର, ବକୃତା, କଠିନ ବର୍ଜ୍ୟବସ୍ତୁ ଉପରେ ଚିତ୍ରାଙ୍କନ, ଝୋଟି,ପ୍ରତିଯୋଗିତା, ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନଙ୍କୁ, ସ୍ୱଚ୍ଛତା କର୍ମଚାରୀ ଙ୍କ ସୁନ୍ଦର ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ ରିଥିଲେ l