ରାତି ୨ ଟାରେ ମଧ୍ୟ ପୋଲିସ ରଖିବେ ଏଫଆଇଆର : ପୋଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଭରତପୁର ଥାନା ଘଟଣା ପରେ ରାଜ୍ୟ ପୋଲିସର କାର୍ଯ୍ୟ ଦକ୍ଷତା ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଆଇଏଏସ୍ ବାବୁଙ୍କୁ ତାଗିଦ କରିଥିବାବେଳେ ଆଜି ପୋଲିସ ବାବୁଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଓ ଏସପି ମିଳିତ ସମ୍ମିଳନୀରରୁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୋଲିସ ବିଭାଗକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।ଶୁକ୍ରବାର ଆଇଏଏସ ଅଫିସରଙ୍କୁ ତାଗିଦ୍ କରିବା ପରେ ଶନିବାର ଆଇପିଏସ୍ ଅଫିସରଙ୍କୁ ତାଗିଦ୍ କରିଛନ୍ତି । ଭରତପୁର ଥାନା ମାମଲାରେ ରାଜ୍ୟ ପୋଲିସ କାଠଗଡ଼ାରେ ଛିଡା ହୋଇଥିବାବେଳେ, ମୋହନ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ହେଲେ ଆଗକୁ ଯେମିତି ସେଭଳି ପରିସ୍ଥିତି ନହୁଏ ତା ଉପରେ ଗୁରୁତ୍ୱ ଦେବା ସହ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧରେ ଲଗାମ ଲଗାଇବା ପାଇଁ ପୁଲିସ କର୍ମଚାରୀମାନେ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ଡ୍ୟୁଟିରେ ରହିବାକୂ କହିଛନ୍ତି ।

 

ମୁଖ୍ୟମନ୍ତ୍ରୀଙ୍କ ତାଗିଦ..

– ‘ରାତି ୨ଟାରେ ଆସିଲେ ବି ଅଭିଯୋଗ ରଖ’

– ‘ଥାନାରେ ମହିଳାଙ୍କ ପ୍ରତି ଉଚିତ୍ ବ୍ୟବହାର କର’

– ‘ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବା ପରେ ମାମଲା ଦାଏର କର’

– ‘ଆଚରଣ ଓ ଉଚ୍ଚାରଣ ଠିକ୍ ରଖ’

– ‘ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ’

– ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କର

 

ସମ୍ମିଳନୀରୁ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ୯.୭୩ % ର ଉଦାହରଣ ଦେଇ ଏଥିପାଇଁ ବିଜେଡି ସରକାରକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ କେମିତି ପୋଲିସ ଦ୍ୱାରା ହଇରାଣ ହୋଇଥିଲେ ତାର ଉଦାହରଣ ଦେଇଛନ୍ତି । ଏବଂ କ୍ଷମତାର ଦୂରୁପଯୋଗକୁ ବରଦାସ୍ତ କରାଯିବନି, ଅପରାଧୀ ଯେଊଁ ପଦ ମର୍ୟ୍ୟାଦାରେ ଥିଲେ ବି କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ପୋଲିସ ବ୍ୟବସ୍ଥାର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କଣ ପଦକ୍ଷେପ ନିଆଯିବ ତାର ପୂରା ଚିତ୍ର ସାମ୍ନାରେ ରଖିଛନ୍ତି । ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର କରିବା ସହ ପୋଲିସ ଉପରେ କେମିତି ବିଶ୍ୱାସ ଆସିବ, ତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଦେବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here