ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଅର୍ଥାତ ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’( World heart day) ପାଳନ କରାଯାଏ । ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେ ହାର୍ଟ ସୁସ୍ଥ ରହିଥାଏ । ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ । ଏହା ଅତି ମାରାତ୍ମକ। ପୁଷ୍ଟିକର ଖାଦ୍ୟର ଅଭାବ, ପ୍ରଦୂଷିତ ପରିବେଶ, ଜୀବନଶୈଳୀ ଏହାର ମୁଖ୍ୟ କାରଣ ।ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା ଆଦି ମଧ୍ୟ ବିଭିନ୍ନ ହୃଦରୋଗକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ । ତେଣୁ ସମସ୍ତଙ୍କୁ ଏସବୁ ସମ୍ପର୍କରେ ସଚେତନ କରାଇବା ‘ବିଶ୍ୱ ହୃଦୟ ଦିବସ’ର ଲକ୍ଷ୍ୟ। ଚଳିତ ବର୍ଷର ଥିମ୍ ରହିଛି ‘ହାର୍ଟ ଟୁ ହାର୍ଟ କନେକ୍ଟ ।
ଦିନକୁ ଦିନ ହୃଦ ରୋଗୀଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ୍ କରି କୋଭିଡ ସମୟରେ ହୃଦରୋଗୀ ମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।ଶାରିରୀକ ପରିଶ୍ରମ ହେଉନଥିବା ବେଳେ ଲୋକଙ୍କ ଜୀବନ ବିପଦଜନକ ଜୋନ୍କୁ ଚାଲିଆସୁଛି । ଯାହା ଫଳରେ ପ୍ରାୟ ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଯାଉଛି । କୋଭିଡ଼ ଆକ୍ରାନ୍ତଙ୍କର ମଦ୍ୟ ହୃଦ ସମସ୍ୟା ବେଶୀ ବିପଦଜନକ ସାବ୍ୟସ୍ତ ହୋଇଛି । ହୃଦ ରୋଗରୁ ରକ୍ଷା ପାଇବାକୁ ଡାକ୍ତରଙ୍କର ଅନେକ ପରାମର୍ଶ ରହିଛି । ଏଐନେଇ ପ୍ରଥମେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ଆଜିକାଲି ପ୍ରାୟତଃ ମାନସିକ ଚାପରୁ ନେଇ ଧୂମ୍ରପାନ ଓ ତମାଖୁ ସେବନ ରହିଛି ମୁଖ୍ୟ କାରଣ । ମାନସିକ ଚାପ ମଣିଷକୁ ଅସ୍ତବ୍ୟସ୍ତ କରିପକାଏ ।ଶରୀରର ବିଭିନ୍ନ ପ୍ରକାର ହରମୋନ୍ ସ୍ନାୟୁ ଓ ମସ୍ତିଷ୍କରେ ବିଭିନ୍ନ ପରିବର୍ତ୍ତନ ଆଣିଥାଏ । । ଏହା ଦ୍ୱାର ଶରୀରର ଦମନୀ ଓ ରକ୍ତ ପ୍ରବାହରେ ପରିବର୍ତ୍ତନ ହୋଇଥାଏ । ଆଉ ଏହାର ପ୍ରଭାବରେ ହୃଦୟ, ମସ୍ତିଷ୍କ ଓ ରକ୍ତର ରୋଗ ଆରମ୍ଭ ହୋଇଯାଏ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।