ବିପ୍ଲବୀ ପରିକ୍ରମା ବ୍ୟୁରୋ :-:ଅକ୍ଟୋବର ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ତେବେ ଆଜି ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସେହିଭଳି ଜୁନ ୧ରୁ ଏବେ ସୁଧା ୧୦୯୨ ମିଲିମିଟର ବର୍ଷା ହେଇଛି। ସାଧାରଣ ଭାବେ ଏହି ସମୟ ମଧ୍ୟରେ ୧୧୫୦ ମିଲିମିଟର ବର୍ଷା ହୋଇଥାଏ । ଫଳରେ ଏବେ ବି ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି। ତେବେ ଲଘୁଚାପ ସମୟରେ ଦୁର୍ଗାପୂଜା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି । ୯ ତାରିଖରେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ରହିଛି । ଆଉ ବର୍ଷା ଲାଗି ରହିଲେ ପାର୍ବଣ ଫିକା ପଡ଼ିବା ଆଶଙ୍କା ରହିଛି । ଅନ୍ୟପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।