ବଡସିନ୍ଧବାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ପାଳିତ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ  ବଡସିନ୍ଧବା ପରିସରରେ ବଡସିନ୍ଧବା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୪’ ଆଞ୍ଚଳିକ ସମ୍ବଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଭାପତିତ୍ବରେ ପାଳିତ ହୋଇଯାଇଛି l ଏଥିରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ସମସ୍ତ ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମର ସରପଞ୍ଚ ସୁଶ୍ରୀ ପାର୍ବତୀ ପାଇକ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ କାର୍ଜି,  ହିସାବ ନିରୀକ୍ଷକ ବଳରାମ ତିଆଡି, ସମିତି ସଭ୍ୟ, ବଡସିନ୍ଧବା ଶ୍ରୀଯୁକ୍ତ ଚରଣ,ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ଦିକ୍ଷିତ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଶ୍ରୀଯୁକ୍ତ ସମୀର ରଞ୍ଜର ରଇତ ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ବଡସିନ୍ଧବା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାସରେ ସହ-ପାଠ୍ୟକ୍ରମ କାର୍ଯ୍ଯାବଳୀ ଗୁଡିକର ଭୂମିକା ବିଷୟରେ ଆଲୋଚନା କରିଥିଲେ l

କାର୍ଯକ୍ରମର ଶୋଭାବର୍ଦ୍ଧନ ପାଇଁ ସି.ଆର୍.ସି.ସି. କୈଳାସ ଚନ୍ଦ୍ର ନାୟକଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହିତ ବିବିଧ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ପିଲାମାନେ ଝୁମି ଥିଲେ l ଶିକ୍ଷାର୍ଥୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଯଥା:-ବିତର୍କ,ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଲିଖନ ଓ ଶ୍ରୃତଲିଖନ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପ କଳା ସହ କନିଷ୍ଠ, ବରିଷ୍ଠ, ବିକଳାଙ୍ଗ ଓ ମୈ।ଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଏହିପରି ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇ ପ୍ରଥମ ସ୍ଥାନ ହାସଲ କରିଥିବା ପିଲାମାନଙ୍କୁ ବ୍ଲକ ସ୍ତରକୁ ଉନ୍ନୀତ କରାଯାଇଥିଲା lପରିଶେଷରେ ବଡସିନ୍ଧବା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମୋଶା ମାଝୀଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here