ସିଙ୍ଗଡ଼ା ଆନନ୍ଦ ମାର୍ଗ ଗୁରୁକୁଳରେ ଗାନ୍ଧୀଜୟନ୍ତୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଅକ୍ଟୋବର 2 ରେ ଭାରତ ମାଟିରେ ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ଜଣେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ଜଣେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଏହି ଦୁଇ ମହାପୁରୁଷଙ୍କୁ ଆଜି ଜନ୍ମ ଜୟନ୍ତୀ । ଦେଶପାଇଁ ସେମାନଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ l ଜାତିର ଜନକ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ।

ବ୍ରିଟିଶ କବଳରୁ ଦେଶକୁ ମୁକୁଳାଇବା ପାଇଁ ହୋଇଥିବା ସତ୍ୟାଗ୍ରହ ସଂଗ୍ରାମର ସେନାପତି, ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ ୧୫୫ ତମ ଜନ୍ମଜୟନ୍ତୀ । ସେହିପରି ଆଉ ଜଣେ ମହାନ ବ୍ୟକ୍ତିଙ୍କ ମଧ୍ୟ ଜନ୍ମଜୟନ୍ତୀ । ଅକ୍ଟୋବର 2 ତାରିଖରେ ଭାରତ ମାଟିରେ ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ସେ ହେଉଛନ୍ତି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଏହି ଦୁଇ ମହାପୁରୁଷଙ୍କ ଜନ୍ମଜୟନ୍ତୀକୁ ସାରା ଦେଶ ପାଳୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ସିଙ୍ଗଡା ସ୍ଥିତ ଆନନ୍ଦ ମାର୍ଗ ଗୁରୁକୁଳରେ ମଧ୍ୟ ପାଳିତ ହୋଇଯାଇଛି ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ |ତେବେ ଅଧକ୍ଷ ଶ୍ରୀ ଯୁକ୍ତ କେଶବ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଏହି ଦିବସ ପାଳିତ ହୋଇଯାଇଛି |

ଏହି ଦିବସର ପାଳନ ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଶୁକୃଳି ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ର ଡାକ୍ତର ରଞ୍ଜନ କୁମାର୍ ଜେନା,ସିଙ୍ଗଡ଼ା ବନାଞ୍ଚଳ ଅଧିକାରୀ ଦିପ୍ତିମୟୀ ସେଠି ଏବଂ ସିଙ୍ଗିଡା ଜୁନିୟର ମହାବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମାନ୍ଧାତା , ସିଙ୍ଗଡ଼ା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାୟାଧର ବେହେରା, ଶୁକୃଳି ବ୍ଲକ୍ ଉପାଧ୍ୟକ୍ଷ ସୀତାରାମ ଚାତାର୍ ,ହଳଦିଆ ଗ୍ରାମ ପଂଚାୟତ ସରପଞ୍ଚ ଶିବାଜୀ ନାଏକ ପ୍ରମୁଖ ଯୋଗ ଦେଇ, ସର୍ବ ପ୍ରଥମେ ସିଙ୍ଗଡ଼ା ସ୍ଥିତ ଆନନ୍ଦ ମାର୍ଗ ଗୁରୁକୁଳ ନିକଟରୁ ଏକ ସଭାଯାତ୍ରା ବାହାରି ସିଙ୍ଗଡା ଛକ ନିକଟରେ ପଂହଁଚି ଥିଲେ ସେଠାରେ ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ର ରେ ନିମନ୍ତ୍ରିତ ଅତିଥିଙ୍କ ଦ୍ଵାରା ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଏବଂ ଦୀପ ପ୍ରଚଳନ କରିଥିଲେ| ଅତିଥି ଗଣ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଗାନ୍ଧିଜୀଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ |

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ବଦ୍ରା, ସମାଜସେବୀ ଶ୍ରୀ ଜୁଗଳ କେଶର ନାୟକ, ଯଜାତି ନାୟକ, ବାହାଦୁର ହେମ୍ବ୍ରମ୍ ଙ୍କ ସହିତ ହଳଦିଆ ଗ୍ରାମ ପଂଚାୟତ ଏସ୍ ଏସ୍ ଜି ମହିଳା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here