ଓମ୍ ଶ୍ରୀ ଜୁଏଲର୍ସରୁ ଅଳଙ୍କାର ଚୋରି ଘଟଣା,ଆଉ ୩ ଲୁଟେରା ଗିରଫ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଗତ ସେପ୍ଟେମ୍ବର ୩ ତାରିଖ ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକ ଠାରେ ଥିବା ଓମ ଶ୍ରୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ରୁପା ଓ ସୁନାଗହଣା ଚୋରି ହୋଇଥିଲା। ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ଆଉ ୩ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶରୱାହାଜୁଦିନ୍(୪୪),ଉତ୍ତରାଖଣ୍ଡର ସଞ୍ଜୟ ଘିଲଦୟାଲ୍(୩୮) ଓ ଉତ୍ତରପ୍ରଦେଶ ଓରାଇ ଗ୍ରାମର ହିମାଂଶୁ ବର୍ମା(୨୪) । ପୂର୍ବରୁ ଏହି ମାମଲାରେ ଗଞ୍ଜାମ ଜିଲା ହିଂଜିଲିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମର ମାୟାଧର ବେହେରା(୪୨) ସମେତ ହରିଆଣାର ମନଜିତ(୪୨), ଉତ୍ତରପ୍ରଦେଶର ସୁରଜ(୪୨), ପଞ୍ଜାବର ଗୁରପ୍ରୀତ ସିଂ(୨୭), ଉତ୍ତରାଖଣ୍ଡଡେରାଡୁନର ଭିକାଶ କୁମାର(୩୮) ଓ ଉତ୍ତରପ୍ରଦେଶର ଭିପିନ କୁମାର( ୩୭) ଆଦି ଗିରଫ ହୋଇ ଜେଲ୍ ଯାଇଥିଲେ ।

ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜେଲ୍ ରେ ରହିଥିବା ବେଳେ ଏବେ ଆଉ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୋଲିସ ଉପରୋକ୍ତ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୫୭ ହଜାର ଟଙ୍କା, ୫କିଲୋ ରୂପା ଅଳଙ୍କାର , ୫ କିଲୋ ତରଳାଯାଇଥିବା ସିଲଭର ସ୍ଲାବ , ଗୋଟିଏ ଗ୍ୟାସ କଟର , ସିଲେଣ୍ଡର ,ଗୋଟିଏ ସ୍କୁଟି ଓ ୫ଟି ମୋବାଇଲ ଜବତ କରାଯାଇଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here