ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ଉପସଭାପତି ତଥା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଯୋଗଦେଇ ସଂପ୍ରତି ରାଜ୍ୟରେ ଚାଲିଥିବା ରଙ୍ଗ ବଦଳା ସରକାର ଶାସନରେ ମହିଳା ସୁରକ୍ଷିତ ନୁହନ୍ତି । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନଥିବା ସରକାର କେବଳ ରଙ୍ଗ ମାରି ନାମ ବଦଳାଇ କର୍ମୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛି” ବୋଲି କହିଥିଲେ। ଏହି ପଦଯାତ୍ରା ଗାନ୍ଧୀନଗର ଛକରୁ ବାହାରି ଗାନ୍ଧୀନଗର, ପୁରୁଣା ବସ୍ଷ୍ଟାଣୁ, ଅର୍ବାନ୍ ବ୍ୟାଙ୍କ୍ ରୋଡ୍, ଗିରିମାର୍କେଟ ଛକ ଓ ଏସ୍ଆଣଟି ରୋଡ୍ ହୋଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିଥିଲା ।
ପାର୍କ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଆୟୋଜିତ ପଦଯାତ୍ରାରେ ଶ୍ରୀ ମିଶ୍ରଙ୍କ ସମେତ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ନବୀନ ବାବୁ ରାଜ୍ୟବାସୀଙ୍କ ମନରେ ସବୁଦିନ ପାଇଁ ରହିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ଅର୍ବାନ୍ ବ୍ୟାଙ୍କ୍ ସଭାପତି ଆର୍.ମୁରଲୀମୋହନ ଙ୍କ ସମେତ ଦଳୀୟ କର୍ପୋରେଟର୍ ଓ ୪୨ଟି ୱାର୍ଡ଼ରୁ କର୍ମୀ ଏବଂନେତା, ଯୁବ, ଛାତ୍ର ମହିଳା ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।
ଦଳର କାର୍ଯ୍ୟକାରୀ ସଭାପତି ସିଏଚ୍. ଦିଲେଶ୍ଵର ରେଡ୍ଡୀ, ମହାନଗର ସଭାପତି ବିଜୟ ସାମଲ, ଯୁବ ସଭାପତି ଅଜିତ ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଓ ମହିଳା ଜୋନ୍ ସଭାନେତ୍ରୀ ମମତା ବିଷୋୟୀଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।