କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):-: ବାରମ୍ବାର ପାଣି ସମସ୍ୟା ନେଇ ଜଳ ବିଭାଗ ଠୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ମାନେ ବାଲ୍ଟି, ଗରା ଧରି ଟାୟାର ଜାଳି ମୂଖ୍ୟ ରାସ୍ତାକୁ ଅବରୋଧ କରିଥିଲେ, ଯାହା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା , ତେବେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୧୫ ଅନୁକୁରା ନିକଟ ମଙ୍ଗଳା ମନ୍ଦୀର ନିକଟରେ, ତେବେ ସୂଚନାରୁ ଯାହା ଜଣା ପଡ଼ିଛି, ଏହି ୱାର୍ଡର ବାସିନ୍ଧା ପାଣି ଟିକେ ପାଇବା ପାଇଁ ପାଣି ବିଭାଗ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପାଣିର ସମସ୍ୟା ସମାଧାନ ପାଇଁ କେବଳ ପ୍ରତିଶୃତୀ ରେ ସୀମିତ ରହିଥାଏ, ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇ ଆଜି ପ୍ରାୟ ସକାଳ ୯ ଘଟିକା ୩୦ ମିନିଟ୍ ସମୟରେ କରଞ୍ଜିଆ,କେନ୍ଧୁଝର କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ବାଲ୍ଟି , ଗରା ରଖି ଟାୟାର ଜାଳି ଅବରୋଧ କରିଥିଲେ, ଯାହାଫଳରେ ଦୀର୍ଘ ସମୟଧରି ଉଭୟ ପାର୍ଶ୍ଵରେ ଯାନବାହାନ ଗୁଡ଼ିକ ଅଟକି ରହିଥିଲା ଏବଂ ଲୋକ ମାନଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥିଲା , ଏ ବିଷୟରେ ଜଳବିଭାଗ ଏବଂ କରଞ୍ଜିଆ ପୋଲିସ୍ ସୂଚନା ପାଇବା ପରେ ଘଟଣା ସ୍ଥଳକୁ ଯାଇ ଲୋକ ମାନଙ୍କୁ ବୁଝସୁଝା କରିଥିଲେ, ସୁଦ୍ଧା ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍ ରେ ଅଟଳ ଥିଲେ, ପରେ କରଞ୍ଜିଆ ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l
ଜଳବିଭାଗର ଅଧିକାରୀ ଏହାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରତି ଶୃତି ଦେଲା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧରୁ ହୋଟିଥିଲେ ଏବଂ ପରେ ଯାତାୟତ ସ୍ବାଭାବିକ ହୋଇଥିଲା , ତେବେ ଦେଖିବାକୁ ବାକି ରହିଲା ଏହି ୱାର୍ଡ ବାସିନ୍ଦାଙ୍କ ଜଳ ସମସ୍ୟା କେବେ ଦୂର ହୋଇଛି ନା ପୁଣି ପ୍ରତିଶୃତୀ, ପ୍ରତିଶୃତି ହୋଇ ରହିଯାଉଛି, ଆଉ ଏ ଲୋକମାନେ ଏହିଭଳି ଜଳ ପାଇଁ ସଙ୍ଘର୍ଷ କରୁଥିବେ ତାହା ଦେଖିବାକୁ ବାକି ରହିଲା l