ପର୍ଯ୍ୟଟକ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ):– ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ, ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି,ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

ଏବର୍ଷ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକ ମାନେ ଦୁଇଟି ରାସ୍ତାଦେଇ ଯାଇପାରିବେ । ଗୋଟିଏ ପଟ ଯଶିପୁର କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ଅନ୍ୟ ପଟେ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବେ ।

ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ୱେବ୍ ସାଇଟ୍ ଯାରିହାଇଥିବା www.odishaecoturisim.comରେ login କରି ବୁକିଙ୍ଗ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବାର ସୁବିଧା କରାଯାଇଛି।

ତେବେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କତୃପକ୍ଷ ସୂଚନା ଦେଇଛନ୍ତି  l

 

LEAVE A REPLY

Please enter your comment!
Please enter your name here