(ବିପ୍ଲବୀ ପରିକ୍ରମା ବ୍ୟୁରୋ);କୁଖ୍ୟାତ ବାଲି ମାଫିଆ କୃପାସିନ୍ଧୁ ମୁଦୁଲି ଓ ତାର ସହଯୋଗି ମାଣ୍ଟୁ ବିଶୋଇ କୋର୍ଟରେ ହାଜର ହୋଇଛନ୍ତି । ହତ୍ୟା ଧମକ ଦେବା, ଟଙ୍କା ଠକେଇ ଭଳି ଅନେକ ମାମଲାରେ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା କୃପାସିନ୍ଧୁ ମୁଦୁଲି ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅମୃତନଗରରେ ଥିବା ଘରେ ପୁଲିସର ଏକ ଟିମ୍ ଚଢ଼ଉ ଗତକାଲି କରିଥିଲା । ଉକ୍ତ ଘରେ କୃପାସିନ୍ଧୁ ମୁଦୁଲିଙ୍କୁ ସାଙ୍ଗରେ ନେଇ ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା । ଏହାସହ ଗତ ୨୧ତାରିଖରେ ବାଲି ପରିବହନ ଅନୁମତି ପାଇଁ ରହିଥିବା ୱାଇ ଫର୍ମ ଜାଲିଆତି କରିବା ଅଭିଯୋଗରେ ମଧ୍ୟ କୋଦଳା ଥାନା ପୁଲିସ କୃପାସିନ୍ଧୁଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା । ଏହାପରେ କୃପାସିନ୍ଧୁ ଜେଲ୍ରେ ଥିଲେ । ତାଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ଜେରା ଚଳାଇଥିଲା । ତେବେ ଗତକାଲି ସଂଧ୍ୟାରେ କୋଦଳା ପୁଲିସର ଏକ ଟିମ୍ ମୁଦୁଲିଙ୍କୁ ସାଙ୍ଗରେ ନେଇ ଲୋଚାପଡ଼ା ସ୍ଥିତ ଘରେ ଯାଞ୍ଚ କରିଥିଲା । କିନ୍ତୁ ସେଠାରୁ କ’ଣ ଜବତ ହୋଇଛି ସେ ନେଇ ଏ ପର୍ଯ୍ୟନ୍ତ ପୁଲିସ ତରଫରୁ କୌଣସି ସୂଚନା ଦିଆଯାଇନଥିଲା । ତେବେ ଆଜି ବାଲି ମାଫିଆ କୃପାସିନ୍ଧୁ ମୁଦୁଲି ଓ ତାର ସହଯୋଗୀ ସନ୍ତୋଷ ବିଷୋୟୀ ଓରଫ ମଣ୍ଟୁ କୁବ୍ରହ୍ମପୁର ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପୂର୍ବରୁ ରହିଥିବା ବ୍ରହ୍ମପୁର ବୈଦନାଥପୁର ଥାନାରେ ହତ୍ୟା ଧମକ, ଟଙ୍କା ଠକେଇ ଭଳି ଅନେକ ମାମଲାରେ ଏସଡିଜିଏମ କୋର୍ଟରେ ବର୍ତ୍ତମାନ ହାଜର ହୋଇଥିବା ଦେଖିବାକୁ ମିଳିଛି । ପରେ ଉଭୟଙ୍କୁ ଅଧିକ ପଚରାଉଚରା ନିମନ୍ତେ ବୈଦନାଥପୁର ଥାନା ରିମାଣ୍ଡ ରେ ନେବାର ସୂଚନା ମିଳିଛି ।