ଗଞ୍ଜାମ,ତାରାତାରିଣୀ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଗତ ୩ ତାରିଖରୁ ନବରାତ୍ର ପୂଜା ଆରମ୍ଭ ହୋଇ ଷୋଡ଼ଶ ଉପଚାରରେ ମା’ଙ୍କ ଆବାହନ କରାଯାଇଛି। ବିଭିନ୍ନ ଦିନରେ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ମା’ ଦର୍ଶନ ଦେଇଛନ୍ତି। ମା ତାରାତାରିଣୀଙ୍କ ମନ୍ଦିର ରେ ଆଜି ଅଷ୍ଟମୀରେ ଦର୍ଶନ ଦେଇଛନ୍ତି ମା’। ମନ୍ଦିରରେ ମା’ଙ୍କର ନବରାତ୍ରି ପୂଜା ହେଉଛି। ଏଥିପାଇଁ ପ୍ରତିଦିନ ମା’ଙ୍କର ମହାସ୍ନାନ, ଆଳତି, ବେଶ, ହୋମଯଜ୍ଞ ଆଦି ହେଉଛି। ଅଷ୍ଟମୀ ଉପଲକ୍ଷେ ଆଜି ସକାଳେ ମଙ୍ଗଳ ଆଳତି, ମହାସ୍ନାନ, ଫୁଲହାର, ବସ୍ତ୍ର, ବିଭିନ୍ନ ପ୍ରକାରର ଭୋଗ ସହ ଆଳତି ଲାଗି କରାଯାଇଥିଲା। ମହାଷ୍ଟମୀ ପୂଜା ସହ ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି, ଯଜ୍ଞ ଅନୁଷ୍ଠିତ ହୋଇଛି। ମା’ଙ୍କଠାରେ ବିଭିନ୍ନ ପ୍ରକାରର ଭୋଗ, ଫଳ, ପିଠା, ଖିରି, ମିଠା ଲାଗି କରାଯାଇଥିଲା।