(ବିପ୍ଲବୀ ପରିକ୍ରମା ବ୍ୟୁରୋ);ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାକୁ ନେଇ ଟୁଟୁ ନାୟକ ଗିରଫ ହୋଇଛନ୍ତି । ଏନେଇ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଅବେଦନ ଘୁଞ୍ଚିଛି । ଏହି ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ଅପଡେଟ୍ କେସ୍ ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡକୁ ମଗାଯାଇଛି । ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ୪ ନଭେମ୍ବରରେ ଗିରଫ କରାଯାଇଛି । ଓଡ଼ିଆ ସିନେ ଜଗତର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକଙ୍କୁ ଏହି ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ଫିଲ୍ମ ହଲରେ ପ୍ରିମିୟର ସମୟରେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ ଟୁଟୁ ନାୟକ ଥାନାରେ ହାଜତ ହୋଇଥିବା ବେଳେ ତାଙ୍କୁ ଖାରବେଳ ଥାନା ପୋଲିସ ଗିରଫ କରିଛି । ଥାନାରେ ପହଞ୍ଚିବା ପରେ ପୋଲିସ ଟୁଟୁ ନାୟକଙ୍କୁ ପଚରାଉଚରା କରିଥିଲା ।ଅନ୍ୟପକ୍ଷରେ ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମହିଳା କମିସନ। ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ନିଜ ଆଡ଼ୁ ମାମଲାକୁ ଗ୍ରହଣ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆସନ୍ତା ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ପୂର୍ବାହ୍ନରେ ରାଜଧାନୀର ମହିଳା ସାମ୍ବାଦିକମାନେ ଡିସିପି ପ୍ରତୀକ ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ।