ଆଜି ଦଶହରା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-

“ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ।

ନମସ୍ତେସୈ ନମସ୍ତେସୈ ନମସ୍ତେସୈ ନମୋନମଃ ।।”

 

ଅଧର୍ମ ଉପରେ ଧର୍ମର ଜୟ ।ଅସତ୍ୟ ଉପରେ ସତ୍ୟର ବିଜୟ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ବିଜୟା ଦଶମୀ । ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ତେଣୁ ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରରୁ ପୁରପଲ୍ଲୀ । ମାଆଙ୍କ ଆଗମନରେ କମ୍ପୁଛି ଗଗନ ପବନ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପୂଜକଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ସନ୍ଧ୍ୟା ହେଲେ ଝଲସୁଛି ବିଭିନ୍ନ ପୂଜା ପେଣ୍ଡାଲ । ବଢୁଛି ଭକ୍ତଙ୍କ ଭିଡ଼ । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ଆକର୍ଷଣୀୟ ତୋରଣ । କଟକ ସହରରେ ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୂଜା । ଶକ୍ତିମୟୀଙ୍କ ଆରାଧନାରେ ପରିବେଶ ଉଛୁଳି ପଡୁଛି । ଆଜି ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରାଯାଇଛି। ବିଶ୍ବାସ ରହିଛି ରାବଣପୋଡ଼ି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ରାବଣ ପୋଡ଼ି ପାଇଁ ଭୁବନେଶ୍ବରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।ମା’ ଦୁର୍ଗାଦେବୀ ଜଗତବାସୀଙ୍କ ପରମ ଆରାଧ୍ୟା, ବନ୍ଦନୀୟା । ସେ ସକଳ ଶକ୍ତିର ଆଧାର, ସମସ୍ତ ଦୁଃଖର ବିନାଶିନୀ । ଜଗତର ଦୁର୍ଗତି କାଳରେ ତାଙ୍କର ଜନ୍ମ । ଜଗତବାସୀଙ୍କୁ ଦୁର୍ଗତିରୁ ଉଦ୍ଧାର କରିଛନ୍ତି ବୋଲି ତାଙ୍କୁ ଦୁର୍ଗା ଭାବେ ଅଭିହିତ କରାଯାଇଥାଏ ।ଦଶହରା ଅବସରରେ ପିଠାପଣା, ଅନ୍ନ ବ୍ୟଞ୍ଜନ, ଭୋଗ, ଧୂପ, ନୈବେଦ୍ୟରେ ମାତାଙ୍କୁ ପୂଜା କରାଯାଇଥାଏ । ପବିତ୍ର ମନ୍ତ୍ରପାଠ ଧ୍ୱନୀରେ ଏକ ଧର୍ମୀୟ ପରିବେଶ ସୃଷ୍ଟି ହୁଏ ।

କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଅଧିକ । ମା’ ଦୁର୍ଗା ଏହି ମାତୃ ଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱ କଲ୍ୟାଣି ସେ । ଘରେ ଘରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ ମାଆଙ୍କ ଏହି ଦଶହରା ପର୍ବ । ତାଙ୍କରି ଜୟ ଜୟକାର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଲୋକରେ ମୁଖରିତ । ନର, ଦେବତା, ରାକ୍ଷସ ତାଙ୍କୁ ବହୁ ଭାବରେ, ବହୁ ରୂପରେ ପ୍ରାର୍ଥନା କରୁଛନ୍ତି । ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସଂସ୍ଥିତା।ମାଆଙ୍କ ମହିମା ଅପାର । ତାଙ୍କ ଶକ୍ତି, ରୂପ, ସାମର୍ଥ୍ୟ ବର୍ଣ୍ଣନାର ଅନ୍ତ ନାହିଁ । ଓଡ଼ିଶାର ସମସ୍ତ ଶକ୍ତିପୀଠରେ ତନ୍ତ୍ର ଯୁଗରୁ ଦେବୀ ପୂଜାର ପରମ୍ପରା ରହି ଆସିଛି ।ଗାଁ, ଗଣ୍ଡା, ସହରର ଗଳି କନ୍ଦିରେ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here