ଆସିକା ( ବିପ୍ଲବୀ ପରିକ୍ରମା ):- ଶାରଦୀୟ ଦୁର୍ଗା ପୂଜା ଅଵସର ରେ ଆସିକା ର ଚାରିଆଡେ ଅଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି l ଏହି ଅଵସର ରେ ବିଭିନ୍ନ ପୀଠ ଏବଂ ମୃଣ୍ମୟୀ ପୀଠ ରେ ପୂଜା, ହୋମ ଅନୁଷ୍ଠିତ କରାଯାଇଛି। ପୀଠ ମାନଙ୍କ ରେ ଦିନ ତାମମ ପୂଜାପାଠ, ହୋମଯଜ୍ଞ,ଅନ୍ନଯଜ୍ଞ ଓ ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା।ନାଵଦିନାତ୍ମକ ଏହି ହୋମ ଯଜ୍ଞର ପୂର୍ଣ୍ଣ ଆହୁତି ସମାପନ ହୋଇଛି।
ପ୍ରାତଃ କାଳରୁ ଦେବୀଙ୍କ ଦ୍ୱାର ଫିଟା ନୀତି,ସ୍ନାନଵିଧି, ଅବକାଶ, ମଇଲମ, ତଡପ ଲାଗି ମଙ୍ଗଳ ଆରତୀ ଏବଂ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା।ସପ୍ତମୀ ତିଥୀରୁ ତିନି ଦିନ ଧରି ମା ଖମ୍ବେଶ୍ୱରୀ ପୀଠ ରେ ସୁନା ବେଶ ହୋଇଥିବାରୁ ଭକ୍ତ ଙ୍କ ସମାଗମ ଦିନ ତମାମ ଲାଗି ରହୁଛୁ।ନୀତି ଭୋଗ ପରେ ପହାଡ଼ ଏବଂ ସନ୍ଧ୍ୟାରେ ମା’ଙ୍କ ସନ୍ଧ୍ୟା ଆଳତି ବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।ଭକ୍ତମାନେ ନିଜର ମନସ୍କାମନା ପୂର୍ଣ ପାଇଁ ଅଖଣ୍ଡଦୀପ ମାଙ୍କ ପୀଠରେ ପ୍ରଜ୍ବଳନ କରିଛନ୍ତି lସକାଳୁ ସୂର୍ଯ୍ୟପୂଜା, ଶାଲାପୁଜା,ଘଟପୁଜା, ଗ୍ରହମଣ୍ଡଳ ପୂଜା, ନୈବେଦ୍ୟ ସଂସ୍କାର, ଷୋଡଶ ଉପଚାରରେ ପୂଜା,ବିଲ୍ଵପତ୍ର ସହସ୍ରା ଅର୍ଚ୍ଚନ,ହୋମ,ଯଜ୍ଞର ଅୟୋଜନ ହୋଇଥିଲା।
ସେହିଭଳି ଆସିକା ର ଶ୍ୟାମାକାଳୀ ମନ୍ଦିର, ଦଣ୍ଡକାଳୀ ମନ୍ଦିର,ବସ ଷ୍ଟାଣ୍ଡ ବୁଢ଼ୀ ଠାକୁରାଣୀ ମନ୍ଦିର, କାଳଷଣ୍ଢପୁର ଦଣ୍ଡ କାଳି ମନ୍ଦିର ଏବଂ ସୋରଡ଼ା ରୋଡ଼, ଆସିକା ଘରୋଇ ବସ ମାଲିକ ସଂଘ ସମେତ ଅଞ୍ଚଳ ର ସମସ୍ତ ଦେବୀ ପୀଠ ରେ ନଵଦିନାତ୍ମକ ପୂଜା ମହା ସମାରୋହର ରେ ପାଳିତ ହୋଇଛି l ସମସ୍ତ ମନ୍ଦିର ର ପରିଚାଳନା କମିଟି, ଗ୍ରାମବାସୀ ଏବଂ ପୋଲିସ ପ୍ରଶାସନ ସହଯୋଗରେ ଆଜି ସମାପ୍ତ ହୋଇଛି l