ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ପୁରୁଣା କୋର୍ଟ ଛକ ଠାରେ ରହୁଥିବା ୩୪ ବର୍ଷୀୟ ନରେଶ ପଟନାୟକ ଉରଫ ଚିଣ୍ଟୁ ନିଜର ଅଙ୍ଗ ଦାନ କରି ଅମର ହୋଇ ଯାଇଛନ୍ତି। ଗତ କାଲି ସେ ଉଚ୍ଚ ରକ୍ତ ଚାପ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ତାଙ୍କ ପରିବାର ଲୋକେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଏକ ଚିକିତ୍ସାଲୟକୁ ନେଇ ଯାଇ ଥିଲେ। ହେଲେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ ଷ୍ଟ୍ରୋକ ର ଶିକାର ହୋଇ ନିଜ ଜୀବନ ହାରିଥିଲେ । ତାଙ୍କ ପରିବାର ଲୋକେ ନିଜ ପୁଅକୁ ଜୀବିତ ରଖିବା ପାଇଁ ତାଙ୍କ ଅଙ୍ଗ ଗୁଡ଼ିକୁ ଦାନ କରି ଓଡ଼ିଶା ତଥା ଗଜପତି ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ଆଣି ଜିଲ୍ଳାର ପ୍ରଥମ ଅଙ୍ଗ ଦାନି ହୋଇଛନ୍ତି। ଯାହାକି ଅନ୍ୟ ମାନଙ୍କୁ ଏକ ପ୍ରେରଣା ପ୍ରଦାନ କରିଛି।
ଏହା ପରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ଅଙ୍ଗ ଦାନ କରିଥିବା ଯୋଗୁଁ ଏକ ଗୌରବ ମୟ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମର ଶରୀର କୁ ପାରଳାଖେମୁଣ୍ଡି କୁ ପଠାଇ ଥିଲେ। ଏହି ଅବସରରେ ସ୍ଥାନୀୟ ମହେନ୍ଦ୍ର ତନୟା ନଦୀ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାର କରି ଅମର ଧ୍ଵନି ଦେଇ ଘରକୁ ଆଣିଥିଲେ। ଆଜି ଶୁକ୍ରବାର ସନ୍ଧ୍ୟା ଛଟା ତିରିଶ ବେଳେ ପୁରୁଣା କୋର୍ଟ ଠାରୁ ଏକ ପ୍ରଶସନ ବାହାର କରାଯାଇ ନଗର ପରିକ୍ରମା ପୂର୍ବକ ହାତିବାଡି ଶ୍ମଶାନ ଠାରେ ଅନ୍ତେଷ୍ଠି କାର୍ଯ୍ୟ କରାଯାଇଥିଲା ।