କନ୍ଧମାଳ ( ବିପ୍ଲବୀ ପରିକ୍ରମା ):- ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତ ରେ ଦୁର୍ଗା ପୂଜା ଅନୁଷ୍ଟିତ ହୋଇଯାଇଛି l ଶାରଦୀୟ ଦୁର୍ଗାପୂଜା ଅଵସରରେ ସହର ଠାରୁ ଆରମ୍ଭ କରି ଗାଁ ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ଭିତରେ ଲୋକଙ୍କ ମୁହଁରେ ଭକ୍ତି ଭାବ ଭରି ଦେଇଛନ୍ତି ମା’ l ପୁରୋହିତ ଲିଟୁ ଶତପଥୀଙ୍କ ପୌରହିତ୍ୟ ରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କର୍ତ୍ତା ଭାବେ କାଟିସା ମଳିକ ଯଜ୍ଞରେ ବସିଥିଲେ।
ଏହି ଅଵସରରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ହାତୀମୁଣ୍ଡା ପଞ୍ଚାୟତର କସପଙ୍କା ଗ୍ରାମରେ ୭ ବର୍ଷ ଧରି ମା’ଦୁର୍ଗାଙ୍କ ପୂଜା କରିଆସୁଛନ୍ତି ବୋଲି ପୂଜା କମିଟିର ସଦସ୍ୟ ମାନେ କହିଛନ୍ତି। ସକାଳ ୮ ଟାରୁ ମା’ଙ୍କ ଫୋଟରେ ଫୁଲ, ଫଳ , ଧୂପ , ଦୀପ ସହ ଦୁର୍ଗା ସ୍ତୁତି ପାଠ କରି ପୂଜା ଆରମ୍ଭ ହୋଇ ମଧ୍ୟାହ୍ନ ୧ ଟାରେ ଶେଷ ହେଇଥିଲା। ଲାଗୁଥିଲା ସହରର ବଡ଼ ବଡ଼ ମେଡ଼, ତୋରଣ , ଲାଇଟ ସାଜସଜ୍ଜା ସବୁ କରାଯାଏ,ତାହା ଏହି ହିନ୍ଦୁ ଆଦିବାସୀଙ୍କ ପୂଜା ପାଖରେ ଫିକ ପଡ଼ିଯିବ । ମା’ଙ୍କ ଫୋଟ ରଖି ଯେଉଁ ଭକ୍ତି ଭାବର ସହ ପୂଜା କରାଯାଏ ତାହା ଆଉ କେଉଁଠାରେ ମିଳିବ ନାହିଁ ବୋଲି ଭକ୍ତ ମାନେ କହିଛନ୍ତି। ଦିନ ତମାମ ପୂଜାପାଠ ସହ ହୋମଯଜ୍ଞ,ଅନ୍ନଯଜ୍ଞ ,ନାମଯଜ୍ଞ , ଘୃତଯଜ୍ଞ ଅନୁଷ୍ଠିତ ହୋଇଯାଇଥିଲା । ପରେ ଶିଶୁ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ଗ୍ରାମର ପୂଜା କମିଟିର ସଦସ୍ୟ ଯୁଗେଶ୍ୱର ବେହେରା ମାଝୀ, ନନ୍ଦନ ମଳିକ, ଜଳେଶ୍ଵର ମଳିକ, ମନୋଜ ମଳିକ ,କାମେଶ୍ୱର ମଳିକ ସହଯୋଗ କରିଥିଲେ।