ନୂଆଦିଲ୍ଲୀ(ବିପ୍ଲବୀ ପରିକ୍ରମା ): ପବିତ୍ର ଯମୁନା ନଦୀ ବିଷାକ୍ତ ହେବାରେ ଲାଗିଛି । ଶିଳ୍ପସଂସ୍ଥା ଓ ସହରୀଙ୍କ ବର୍ଜ୍ୟଜଳ ଏହି ପାଣିକୁ କର୍ଦ୍ଦମାକ୍ତ କରିଦେଲେଣି । ଆଉ ଯମୁନା ନଦୀର ପାଣି ପବିତ୍ର ନୁହଁ ବରଂ ବିଷ ବୋଲି ଧରାଯାଉଛି । ଏପରି ସ୍ଥିତି କେବଳ ଯୁମନା ପାଣି ବ୍ୟବହାର କରୁଥିବା ଲୋକଙ୍କ ପାଇଁ ମାରାତ୍ମକ ନୁହେଁ, ବରଂ ଯମୁନାର ଜୈବବିବିଧତା ପାଇଁ ସାଂଘାତିକ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ଚାରିଆଡ଼େ କେବଳ ଫେଣ । ପାଣିରେଫେଣ ଅର୍ଥ ଏଥିରେ ଅନେକ ମାରାତ୍ମକ ରସାୟନିକ ପଦାର୍ଥ ରହିଛି । ଅମ୍ଳଜାନ ଅତି ନିମ୍ନକୁ ଚାଲି ଯାଇଛି । ଆମୋନିଆ ଭଳି ମାରାତ୍ମକ ଗ୍ୟାସ ବି ରହିଛି । ଏହା ଜଳଜୀବଙ୍କ ସହିତ ନଦୀ ଶଯ୍ୟାରେ ଥିବା ଗ୍ଳୁମଙ୍କୁ ବି ନଷ୍ଟ କରିଦେବ । ପାଣିକୁ ଜହର କରିଦେବ । ଏଭଳି ସ୍ଥିତିର ନିରାକରଣ କରାନଗଲେ, ଅବସ୍ଥା ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।