ବିପ୍ଲବୀ ପରିକ୍ରମା ବ୍ୟୁରୋ :- କର୍ମ କମେଇଲାଣି କୋଟିଏ ଟଙ୍କା। ମାତ୍ର ୩ ଦିନରେ କର୍ମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା କଲେକ୍ସନ କରିଛି । ବକ୍ସ ଅଫିସ କଲେକ୍ସନ ଗୋଟିଏ ଦିନରେ ସିନେମାଟି ୩୭ ଲକ୍ଷ ଟଙ୍କା କରିଥିବା ବେଳେ ମାତ୍ର ୩ଦିନରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ।କେବଳ ଓଡିଶା ନୁହଁ ବରଂ ଓଡିଶା ବାହାରେ ମୁମ୍ବାଇ, ବେଙ୍ଗାଳୁରୁ ଭଳି ସହରରେ ମଧ୍ୟ ହାଉସଫୁଲରେ ଲୋକ ଦେଖୁଛନ୍ତି ସିନେମା । ଓଡ଼ିଆ ସିନେମାକୁ ନେଇ ଦର୍ଶକଙ୍କ ଅନେକ ଅଭିଯୋଗ ରହି ଆସିଥିଲା । ଏପରି ଅଭିଯୋଗକୁ ଆଗକୁ ଦୂର କରିବା ପ୍ରୟାସ ଚାଲିଛି ବୋଲି କର୍ମ ଟିମ୍ କହିଛନ୍ତି ।ଦଶହରା ବଜାରରେ ସୁନାମୀ ଆଣିଛି ସିନେମା କର୍ମ । ବୁକ୍ ମାଇଁ ସୋ’ରେ କର୍ମ ଟ୍ରେଣ୍ଡିଂରେ ଅଛି । ସବୁ ବର୍ଗର ଲୋକଙ୍କୁ ପସନ୍ଦ ଆସୁଥିବା କୁହାଯାଉଛି । ବିଭିନ୍ନ ହଲରେ ହାଉସ୍ ଫୁଲ ଚାଲିଛି ଫିଲ୍ମ କର୍ମର ସୋ’ । ଖାଲି କର୍ମ ନୁହଁ ପୂଜା ଅବସରରେ ରିଲିଜ୍ ହୋଇଥିବା ସବୁ ଓଡ଼ିଆ ସିନେମା ଦର୍ଶକଙ୍କ ହୃଦୟ ଜିତିଛି । ସୋସିଆଲ ମିଡିଆରେ ଏନେଇ ରିଭ୍ୟୁ ରଖୁଛନ୍ତି ଅନେକ ଦର୍ଶକ । ଓଡ଼ିଆ ସିନେମାର ନୂତନ ଯୁଗ ଆରମ୍ଭ ହୋଇଥିବା କହିଛନ୍ତି ।