ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ମାତ୍ର ୫ ଦିନରେ କର୍ମ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ଏହାପରେ ବି ଏହାର କ୍ରେଜ୍ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରେକର୍ଡ ବି କରିବାରେ ଲାଗିଛି।
ରିଲିଜ୍ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ଏହାପର ଦିନ ଅର୍ଥାତ୍ ଗୁରୁବାର ୩୮.୧ ଲକ୍ଷ , ଶୁକ୍ରବାର ୪୦.୩, ଶନିବାର ୪୮.୯ ଓ ରବିବାର ୫୬.୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଏପରି ମାତ୍ର ୫ ଦିନରେ କର୍ମ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି। ଓଡ଼ିଶା ବାହାରେ ମଧ୍ୟ ଅର୍ଥାତ୍ ଶୁକ୍ରବାରରେ ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ରିଲିଜ୍ ହୋଇଛି।