ବଢ଼ିଲା ବିଜେଡି କନ୍ଦଳ : ଲେନିନ୍‌-ଅମର ମୁହାଁମୁହିଁ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଗୋଟିଏ ପଟେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ଆଉ ଗୋଟିଏ ପଟେ ଦଳରେ ବଢ଼ି ଚାଲିଛି କଳି ।ଏବେ ବ୍ୟାକ୍‌ ୱାର ନୁହେଁ ବରଂ ଫ୍ରଣ୍ଟ ୱାର ହୋଇଛି । କାରଣ ଲଗାତାର ବିଜେଡି ଉପରେ ବିଷୋଦଗାର କରିବା ପରେ ଏବେ ଅମରଙ୍କୁ ନେଇ ବିସ୍ଫୋରଣ ବୟାନ ଦେଇଛନ୍ତି ବିଜେଡି ନେତା ଲେନିନ୍‌ ମହାନ୍ତି । ସିଧାସିଧା କହିଛନ୍ତି, ଯାହାଙ୍କୁ ଦଳରେ ଅଣନିଃଶ୍ଵାସୀ ଲାଗୁଛି, ସେମାନେ ଛାଡ଼ି ପଳାଇଲେ ଭଲହୁଅନ୍ତା । ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି । ତା’ ପରେ ଯଦି ତାଙ୍କୁ ଅଣନିଃଶ୍ଵାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ।ପଦଯାତ୍ରା ପରେ ବିଜେଡିରେ ଏବେ ତେଜିଲାଣି ଗୋଷ୍ଠୀ କନ୍ଦଳ । ଖାଲି କନ୍ଦଳ ତେଜିଛି ତାହା ନୁହେଁ ବରଂ ନେତାଏ ପରସ୍ପରକୁ କାଦୁଅ ଫୋପଡା ରାଜନୀତି କରୁଛନ୍ତି । ଗତ କିଛିଦିନ ହେବ ଯାଜପୁର ବଡ଼ଚଣାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ ଗଣମାଧ୍ୟମରେ ଦଳକୁ ନେଇ ବୟାନ ରଖୁଛନ୍ତି । ଏମିତିକି ହାରିବାର ଶ୍ରେୟ କାହିଁକି ନବୀନ ନେବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଏନେଇ ପ୍ରତିକ୍ରିୟା ରଖିଥିଲେ ଲେନିନ । କହିଥିଲେ, ସେ ଦଳକୁ ଗଲେ ପଇସାଟିଏର ବି ପ୍ରଭାବ ପଡିବ ନାହିଁ । ସେ ଯଦି ଅଣନିଶ୍ଵାସୀ ତାହାଲେ କାହିଁକି ରହୁଛନ୍ତି ଦଳରେ ? ଲେନିନ୍‌ଙ୍କ ଦଳ ଛାଡ କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅମର । କହିଛନ୍ତି, ସେ ମତେ ପରାମର୍ଶ ନଦେଇ ନିଜ କାମ କରନ୍ତୁ । ବାସ୍ତବରେ ଦଳରେ ମୁଁ ଅଣନିଶ୍ଵାସୀ ହୋଇ ପଡିଛି । ମୁଁ ଏବେ ବିଜେଡିରେ ନାହିଁ । ମୁଁ ଏବେ ସ୍ଵାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିରେ ସ୍ଥିତି ଏବେ ସାଂଘାତିକ । ଏଭଳି ଦଳୀୟ ବିଶୃଙ୍ଖଳା ଦଳକୁ ଆଗକୁ ବଢାଇବାରେ ବଡ଼ ବାଧକ ସାଜିପାରେ । ଏବେ ଦେଖିବାର କଥା, ଆନୁଷ୍ଠାନିକ ଭାବେ ଅମର କେବେ ବିଜେଡି ଛାଡୁଛନ୍ତି, କୁଆଡ଼େ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here