କେନ୍ଦୁଝର, ଯୋଡ଼ା ( ବିପ୍ଲବୀ ପରିକ୍ରମା ଡିଜିଟାଲ ): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡା ଫ୍ଲାଏ ଓଭର ସର୍ଭିସ୍ ରୋଡରେ ଆଜି ଅପରାହ୍ନରେ ସଶସ୍ତ୍ର ଡକାୟତ ମାନେ ବ୍ୟାଙ୍କରୁ ନଗଦ ପ୍ରାୟ ୩୮ ଲକ୍ଷ ଟଙ୍କା ଧରି ଜୁରୁଡ଼ି ଅଭିମୁଖେ ଯାଉଥିବା କ୍ୟାସ ଭ୍ୟାନକୁ ଡକାୟତି ପାଇଁ ଉଦ୍ୟମ କରିଛନ୍ତି। ମାତ୍ର ଡକାୟତ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସମୟରେ ଦୁବୃର୍ତ୍ତ ଧରିଥିବା ନକଲି ପିଷ୍ଟଲ ସୁରକ୍ଷାକର୍ମୀ ଛଡାଇ ନେଇଥିବା ବେଳେ ଦୁବୃର୍ତ୍ତ ମାନେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡାଇ ନେଇ ଆକ୍ରମଣ କରିଥିଲେ। ଫଳରେ ସୁରକ୍ଷାକର୍ମୀ ଆହତ ହୋଇ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଡକାୟତ ମାନେ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଘଟଣା ସ୍ଥଳରେ ବଡବିଲ ଏସ୍.ଡି.ପି.ଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।