ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୋହନା, ଗଜପତି ଜିଲ୍ଲା ମୋହନା ବ୍ଲକ ରେ କାର୍ଯ୍ୟରତ ଦୁଇ ଜଣ ଅଙ୍ଗନବାଡି କର୍ମୀଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ତାଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଙ୍ଗନବାଡି କର୍ମଚାରୀ ସଂଘ l ମୁଡୁମୁଡ଼ିଆ ଗାଁରେ ଗତ ୧୯୯୨ ରୁ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ବିନୋଦିନୀ ଦଳାଇଙ୍କ ଗତ ୬ ତାରିଖ ଦିନ ଅସୁସ୍ଥ ଜନିତ କାରଣରୁ ମୃତ୍ୟୁ ଘଟିଥିଲା l ବୁଧବାର ତାଙ୍କର ଦ୍ୱାଦଶlହ ଥିବାବେଳେ ମୋହନା ବ୍ଲକ ଅଙ୍ଗନବାଡି କର୍ମଚାରୀ ସଂଘର ସଭାନେତ୍ରୀ ଭାରତୀ ନାୟକ, ସମ୍ପାଦିକା ଅଞ୍ଜଳି ନାୟକ, ସହ ସମ୍ପାଦିକା କବିତା ନାୟକ, କୋଷାଧକ୍ଷ ଶଶୀରେଖା ନାୟକ ବିଏମଏସ ,ଜିଲ୍ଲା ଉପ ସଭାପତି କୈଳାଶ ସାହୁ, ଉପଦେଷ୍ଟା ବାବୁଲା ସେଠିଙ୍କ ସହ ୫୦ ରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ତାଙ୍କ ବାସଭବନ କୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ l ଏଥିସହ ସଂଘ ପକ୍ଷରୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ସେହିପରି ଗତ ସେପ୍ଟେମ୍ବର ୨୩ ରେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ତଳ ଘୋଡାପଙ୍କା ଗାଁର ଅଙ୍ଗନବାଡି କର୍ମୀ ସରସ୍ବତୀ ମଲିକ ଙ୍କ ପରିବାର କୁ ମଧ୍ୟ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି ଅଙ୍ଗନବାଡି କର୍ମଚାରୀ ସଂଘ l