ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନାରେ ଶ୍ରୀ ଗଣେଷ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ନଦୀରୁ ପୁରୋହିତ ଶିବଶଙ୍କର ପଣ୍ଡା ଙ୍କ ପୈରୋହିତ୍ୟରେ ପୂଜା ପରେ କଳସ ଯାତ୍ରା ହୋଇଥିଲା l ଶିବ ମନ୍ଦିରରୁ କଳସ ଯାତ୍ରା କରାଯିବା ପରେ ହାଇସ୍କୁଲ ସ୍ଥିତ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଛି l ଚଳିତ ବର୍ଷ ଏହି ପୂଜା ୧୨ବର୍ଷ ପୂର୍ତ୍ତି ହେଉଥିବା ଯୋଗୁଁ ଧୁମ ଧlମ ରେ ପାଞ୍ଚ ଦିନ ଧରି ପୂଜା କରାଯିବ l ପୂଜା ମଣ୍ଡପ ରେ ସୁନ୍ଦର କଳା କୁଞ୍ଜ କରାଯlଇଛି l ଏଥିସହ ଶେଷ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l