(ବିପ୍ଲବୀ ପରିକ୍ରମ ବ୍ୟୁରୋ); ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । କଡ଼ା ଟିପ୍ପଣୀ କରି ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସରକାର ଶକ୍ତ ପ୍ରଦକ୍ଷେପ ନିଅନ୍ତୁ । ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ । ମାମଲାର ଶୁଣାଣି କରି ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି ।ପ୍ରଦୂଷଣ ରୋକିବାକୁ ହେଲେ ନଡ଼ା ପୋଡ଼ା ଉପରେ ରୋକ ଲଗାଇବାକୁ ପଡ଼ିବ । ପ୍ରତି ବର୍ଷ ଶୀତ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ତେଣୁ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବାକୁ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ବର୍ଷ ଦିଲ୍ଲୀରେ ପ୍ରଦୂଷଣ ହେଉଛି । ପ୍ରତିବର୍ଷ ଏପରି ଅବସ୍ଥାକୁ ଭୋଗିବାକୁ ଦିଲ୍ଲୀ ବାଧ୍ୟ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।ତେବେ ଏହା କେମିତି ରୋକା ଯାଇ ପାରିବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ । ଆସନ୍ତା ଶୁକ୍ରବାର ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ । ଗାଡ଼ିରୁ ବାହାରୁଥିବା ଧୂଆଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣର ଆଉ ଏକ ପ୍ରମୁଖ କାରଣ । ଗତ କିଛି ଦିନ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତି ସାଂଘତିକ ସ୍ତରକୁ ଖସି ଆସିଛି । ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ ଶହ ଉପରେ ରହୁଛି । ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତା ୧୩ରୁ ଅଡ ଇଭେନ ଫର୍ମୁଲା ଲଗାଇବେ ଦିଲ୍ଲୀ ସରକାର । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସବୁ କ୍ଲାସ ବନ୍ଦ କରିଦିଆଯାଇଛି ।