ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଖଡ଼ିଆଳ ବନ ବିଭାଗକୁ ମିଳିଛି ପୁଣି ସଫଳତା । ପାଞ୍ଚ ଜଣ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ନଖ, ସମ୍ବର ଶିଙ୍ଗ, ହାଇନା ଦାନ୍ତ , କିଛି ପକ୍ଷୀଙ୍କ ପର ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଧନୁ ତୀରକୁ ଜବତ୍ କରି ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ DFO ଅଜିଜ ଖାନ ଆଜି ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଚ୍ଚନ୍ତି। ସୂଚନା ଅନୁସାରେ, ଗତ ୧୫ ତାରିଖ ଦିନ ଏକ ବିଶେଷ ସୂତ୍ର ରୁ ଖବର ପାଇ dfo ଙ୍କ ନେତୃତ୍ଵ ରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇ ଖଡ଼ିଆଳ ନିକଟସ୍ଥ ଦାବ୍ରି ଗାଁରେ ୧୬ ତାରିଖ ସକାଳେ ଚଢାଉ କରିଥିଲେ ।
ଏହି ଚଢାଉ ରେ ତିନୋଟି ଘର ଉପରେ ଚଢାଉ କରି ବାଘ ଛାଲ, ନଖ, ସମ୍ବର ଶିଙ୍ଘ୍, ହାଇନା ଦାନ୍ତ ସହ ଦେଶୀ ବନ୍ଧୁକ, ଧନୁ ତୀର କୁ ଜବତ୍ କରି ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରି ତଦନ୍ତ କରିଥିଲେ । ତଦନ୍ତ ରେ ଅଭିଯୁକ୍ତ ମାନେ ଦୋଷ ସ୍ବୀକାର କରିଥିବା ବେଳେ ଗତ ଦୁଇ ବର୍ଷ ତଳେ ଏହି କାଣ୍ଡ ଘଟାଇଥିବା ସିନ କ୍ରିଏସନ୍ ରେ ଜଣାଇଛନ୍ତି । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଆଜି ପାଞ୍ଚ ଜଣ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଅଭିଯୁକ୍ତ ଦାବ୍ରୀ ଗାଁ ର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ,ତାର ତଦନ୍ତ ଚାଲିଛି ବୋଲି ଖଡ଼ିଆଳ DFO ଅଜିଜ ଖାନ କହିଛନ୍ତି ।