ନୂଆପଡା ( ବିପ୍ଲବୀ ପରିକ୍ରମା ):- ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ହର୍ଷ ଉଲ୍ଲାସ ର ସହ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ବଳି ପକାଇବା ସହ ଦେବୀଙ୍କୁ ଦର୍ଶନ କରିଛନ୍ତି । ବିଶ୍ବାସ ରହିଛି ଛତର ଯାତ୍ରାରେ ମା’ଙ୍କୁ ଦର୍ଶନ କଲେ ଅବଶ୍ୟ ମାନସିକ ପୂରଣ ହୋଇଥାଏ ।
ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସୁନାଦେଇ । ସମୁଦ୍ର ପତ୍ତନ ଠାରୁ ସାଢେ ୩ ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶୀର୍ଷରେ ଅବସ୍ଥିତ ବହୁଚର୍ଚ୍ଚିତ ସୁନାବେଡା ଅଭୟାରଣ୍ୟ । ହଜାର ହଜାର ଭକ୍ତଙ୍କ ସମାଗମରେ ବଡ ଧୁମଧାମରେ ମା’ଙ୍କର ଏହି ପବିତ୍ର ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଁ ଙ୍କ ଯାତ୍ରା ପାଇଁ ମା’ ସୁନାଦେଇ ପୀଠରେ ଆଜି ଲୋକାରଣ୍ୟ ଦେଖିବାକୁ ମିଳିଥିଲା । ଆଜି ମାଁ ଙ୍କ ପୀଠ ରେ ପ୍ରଶାସନିକ ଅଧିକାରୀ ଙ୍କ ସହ ନେତାମନ୍ତ୍ରି ସମସ୍ତେ ଏକାକାର ହୋଇ ସମସ୍ତ ଶ୍ରଦ୍ଧାଳୁ ଙ୍କ ସହ ମାଁ ଙ୍କ ଦର୍ଶନ ର ଦୃଶ୍ୟ ସତରେ ସୁନାଦେଇ ପୀଠ କୁ ଆହୁରି ଭାବମୟ କରିଦେଇଥିଲା ।
ସୁନାଦେଇ ପୀଠ ରେ ମାଁ ଙ୍କ ବର୍ଷକୁ ୨ ଥର ପୂଜା କରାଯାଉ ଥିବା ବେଳେ ଚୈତ୍ର ମାସରେ ଚୈତ୍ରା ପର୍ବ ଏବଂ ଆଶ୍ବିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ଏଠାରେ ପାଳିତ ହୋଇଥାଏ । ତେବେ ୮୪ ଟି ଗାଁର ଗୌତିଆ ସେବାୟତ, ବାଡିବାଲା, ବାଜାବାଲା, ଛତ୍ରୀୟାଙ୍କ ଦ୍ଵାରା ପୂଜା ପାଉଛନ୍ତି ମା ସୁନାଦେଇ । ଏଠାରେ କିଛି ନିଆରା ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ । ମା’ ଙ୍କ ଛତର ଯାତ୍ରା ପାଳିତ ନ ହେବା ଯାଏଁ ସେମାନେ ବିବାହ, ବ୍ରତ ଆଦି ଶୁଭକାମ କରନ୍ତି ନାହିଁ । ସେହିଭଳି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ମାଁ ଙ୍କ ଛତର ଯାତ୍ରାରେ ମାନସିକ ଅବଶ୍ୟ ମନସ୍କାମନା ପୂର୍ଣ୍ଣ ହୋଇଥାଏ ସେଥିପାଇଁ ଆଜି ବଣ ପାହାଡ ଘେରା ଘଞ୍ଚଜଙ୍ଗଲ ରେ ହଜାର ହଜାର ହଜାର ସର୍ଦ୍ଦାଲୁ ଙ୍କ ସମାଗମ ହୋଇଅଛି ଏବଂ ଏଥିରେ ଆମେ ମଧ୍ୟ ସାମିଲ ହୋଇ ନିଜକୁ ଧନ୍ୟ ମନେ କରି ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ ବୋଲି ପ୍ରାର୍ଥନା କରିଥିବା ଉଭୟ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଖଡ଼ିଆଳ ବିଧାୟକ ଅଧିରାଜ୍ ପାଣଗ୍ରାହୀ କହିଛନ୍ତି l
ଲାଲଗଡ କୁହାଯାଉଥିବା ସୁନାବେଡ଼ା ଅଭୟାରଣ୍ୟ ଆଜି ଜନ ସମୁଦ୍ର ହୋଇ ଉଠିଛି । ମାଁ ଙ୍କ ଆଶିର୍ବାଦ ରୁ ଘଞ୍ଚ ଜଙ୍ଗଲ ପାହାଡ ରାସ୍ତା ଦେଇ ପଡୋଶୀ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସହ ଛତିଶଗଡ ରାଜ୍ୟର ହଜାର ହଜାର ଯାନବାହାନ ପାହାଡିଆ ରାସ୍ତା ଦେଇ ଆସୁଥିଲେ ହେଁ କୌଣସି ଶ୍ରଦ୍ଧାଳୁ ଙ୍କ ପାଦେ କଣ୍ଟା ଗଡୁ ନଥିବା ମାଁ ଙ୍କ ବିଶ୍ବାସ କୁ ଆହୁରି ଦ୍ଵିଗୁଣିତ କରିଥାଏ ।