କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):– ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ ହୃଦୟଙ୍ଗମ କରି ରକ୍ତ ଭଣ୍ଡାର ରେ ରକ୍ତର ନିତାନ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍ ଆହ୍ବାନ କ୍ରମେ ଆଜି ଦିବା ୧୦ ଘଟିକା ସମୟରେ ଆମ ପୋଲିସ ସମିତି ପକ୍ଷରୁ କରଞ୍ଜିଆ ଥାନା ପରିସରରେ ଏକ ବୃହତ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକ ତଥା ସମସ୍ତ ଥାନା କର୍ମଚାରୀ ଓ ବିଭିନ୍ନ ସହଯୋଗୀ ସଂଗଠନ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ, ଜନସାଧାରଣ ମାନଙ୍କୁ ବର୍ତ୍ତମାନର ସମାଜରେ ରକ୍ତର ଆବଶ୍ୟକତା ଉପଲବ୍ଧି କରି ରକ୍ତଦାନ କରି ଶହ ଶହ ଜୀବନ ବଞ୍ଚାଇବାର ଯେଉଁ ପ୍ରୟାସ କରାଯାଉଛି ତାକୁ ସଫଳ କରିବା ଉଦ୍ଦେଶ୍ୟରେ ସହଯୋଗ ପ୍ରଦାନ କରିବାକୁ ନିବେଦନ କରିଥିଲେ। ଶିବିରକୁ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକ ପରିଚାଳନା କରିଥିଲେ। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଓଡ଼ିଶା ରକ୍ତକେନ୍ଦ୍ର ପରିଚାଳକ ଡଃ ଗୌରାଙ୍ଗ ଚରଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତକେନ୍ଦ୍ର କର୍ମଚାରୀ ରଜତ କୁମାର ମହାକୁଡ଼, କପିଳେନ୍ଦ୍ର ଦେବ ରାଉତ,ସୁମନ୍ତ କୁମାର ମହାନ୍ତ, ଗାୟତ୍ରୀ ସାହୁ,ତ୍ରିଲୋଚନ ମହାନ୍ତ,ମନୋଜ କୁମାର ରାଉତ,ଫାର୍ମାସିଷ୍ଟ ଅବନୀ କୁମାର ମଣ୍ଡଳ, ନର୍ସିଂ ସିଷ୍ଟର ଅହଲ୍ୟା ରାଉତ ଶିବିର ସଂଚାଳନ କରିଥିଲେ।
ଏହି ଶିବିରରେ ମୋଟ ୧୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ କରିଥିବା ମୁଖ୍ୟ ରକ୍ତଦାତା ମାନଙ୍କ ମଧ୍ୟରେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,ସାମ୍ବାଦିକ ବି ଦିବ୍ୟେନ୍ଦୁ ଶେଖର,ମହିଳା ଶକ୍ତି ଶାଖା ସଦସ୍ୟା ସ୍ୱାତି ଅଗ୍ରୱାଲ,ସବ୍ ଇନ୍ସପେକ୍ଟର ସୁଧାଂଶୁ ସେଠୀ,ସହକାରୀ ସବ୍ ଇନ୍ସପେକ୍ଟର ସାଲଖାନ ହେମ୍ବ୍ରମ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହି ଶିବିରକୁ କରଞ୍ଜିଆ ପୋଲିସ୍ ର ସମସ୍ତ କର୍ମଚାରୀ, ଭରସା ପରିବାର, ମାରୱାଡ଼ି ଯୁବ ମଞ୍ଚ, ସାମ୍ବାଦିକ ସଂଘ,ମହିଳା ଶକ୍ତି ଶାଖା ଓ ଜନସାଧାରଣ ସହଯୋଗ କରିଥିଲେ l