ଧର୍ମେନ୍ଦ୍ର କହିଲେ ବିଜେଡିର ପରାଜୟର କାରଣ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କାହିଁକି ହାରିଲା ବିଜେଡି । ଏହାର ୩ କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଜେଡି ହାରିବାର ୩ଟି କାରଣ ଅଛି । ପ୍ରଥମ କାରଣ ଦୁର୍ନୀତି ଓ ଭ୍ରଷ୍ଟାଚାର । ଦ୍ୱିତୀୟ କାରଣ କୁଶାସନ । ତୃତୀୟ କାରଣ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା । ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିଛି ବିଜେପି । କିନ୍ତୁ ଏହି ବିଜୟ ପଛରେ ଯେଉଁ ଗୁପ୍ତ ରଣନୀତି ରହିଥିଲା ତାହାର ଖୁଲାସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ବିଜେପି ସରକାର ଗଢିବାକୁ ୨୦୧୭ ପଞ୍ଚାୟତ ନିର୍ବାଚନରୁ ପ୍ରସ୍ତୁତିକୁ ଜୋରଦାର କରିଥିଲା । ୨୦୧୯ରେ ଦଳ ଦ୍ବିତୀୟ ସ୍ଥାନକୁ ଆସିଥିବା ବେଳେ ୨୦୨୪ରେ ମ୍ୟାଜିକ ନମ୍ବର ହାତେଇ ଏକାକୀ ସରକାର ଗଢିଥିଲା । ଏହାପଛର ସବୁଠୁ ବଡ କାରଣ ଥିଲା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା । ଭଷ୍ଟ୍ରାଚାର, କୁଶାସନ ଓ ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତା କାରଣରୁ ପୂର୍ବ ସରକାରକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଓ ଆକ୍ରୋଶ ବିଜେପିର ବିଜୟ ପାଇଁ ପଥ ସୁଗମ କରିଥିଲା । ଓଡ଼ିଶାରେ ସାମର୍ଥ୍ୟ ସହ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଂକେତ ଦେଇଥିଲା । ଓଡ଼ିଶାରେ କ୍ଷମତା ହଡପ ପାଇଁ ପଛ ଦ୍ବାରରୁ ଷଡଯନ୍ତ୍ର ହୋଇଥିବା ବେଳେ ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରିଥିଲା ଦଳ । । ପୂର୍ଣ୍ଣ ସାମର୍ଥ୍ୟ ସହ ଲଢିବାକୁ କେନ୍ଦ୍ରୀୟ ବିଜେପି ସବୁଜ ସଙ୍କେତ ଦେଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସଂସ୍କୃତି ଓ ପରିଚୟକୁ ନେଇ ଲଢିଥିଲା ବିଜେପି । ଓଡିଆ ଅସ୍ମିତା ପାଇଁ ଲଢିଲୁ । ଏବଂ ଏହାର ଫଳ ମଧ୍ୟ ପାଇଲୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here