ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସୁଛି ବଡ଼ ବର୍ଷା । ଆସନ୍ତା ୨୩ ତାରିଖ, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ବଳ ଗୋଟାଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସଂଭାବନା ରହିଛି । ଏହି ସିଷ୍ଟମ କ୍ରମେ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଅବପାତରେ ପରିଣତ ହେବ ।ତେବେ ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, କ’ଣ ରହିବ ଏହାର ରୂପ, କେଉଁ ଦିଗରେ ଗତି କରିବ, କେତେ ଶକ୍ତିଶାଳୀ ହେବ ଓ କେତେ ବେଗରେ ପବନ ବହିବ ଏନେଇ କୌଣସି ପୂର୍ବାନୁମାନ କରିନାହିଁ ପାଣିପାଗ ବିଭାଗ ।ଭାରତୀୟ ପାଣିପାଗ ବିଭାଗ କହିଛି ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ହିଁ ଏହାର ରୂପରେଖ ଓ ଗତି ବାବଦରେ ଆକଳନ କରାଯିବ । ସେପଟେ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ଆସନ୍ତାକାଲି ସୁଦ୍ଧା ଫେରିଆସନ୍ତୁ ବୋଲି କହିଛନ୍ତି ଆଇଏମଡି ଡିଜି ।