ଭୁଲ ମାଗିଲେ ବୁଦ୍ଧାଦିତ୍ୟ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ।ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି।ପୂର୍ବରୁ ସୋସିଆଲ ମିଡିଆରେ କ୍ଷମା ମାଗିଥିବା ବେଳେ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ସେ କ୍ଷମାପ୍ରାର୍ଥନା କରିଛନ୍ତି। ଯାହା ପୋଷ୍ଟ କରିଥିଲେ ତାହା ତାଙ୍କର ଭୁଲ୍ ଥିଲା। ପରେ ସେ ଏହାକୁ ଜାଣିପାରି ତୁରନ୍ତ ଡିଲିଟ୍ ମଧ୍ୟ କରିଥିଲେ ବୋଲି କହିଛନ୍ତି।.. ବିବାଦୀୟ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବରୁ ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା ଦିଆଯାଇଥିଲା। ମୁମ୍ବାଇରେ ଏପସିପି ନେତା ବାବା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ରୁପ ହତ୍ୟା କରିବା ଘଟଣା ପରେ ଦ୍ୱିତୀୟ ପାଳି ରାହୁଲ ଗାନ୍ଧୀଙ୍କର ହେବା ଉଚିତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ । ଏହାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଅକ୍ଟୋବର ୨୩ ସୁଦ୍ଧା ବୁଦ୍ଧାଦିତ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ନମାଗିଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା ଯୁବ କଂଗେସ । ଏହାପରେ ଆଜି ସେ କ୍ଷମା ଭିକ୍ଷା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here