ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ଦିନ ଠାରୁ ଦୁର୍ନୀତି ରେ ଉବୁଟୁବୁ ହେଉଛି ବିଭାଗ । କେବେ ଦଲାଲ ଙ୍କ ଦଲାଲି ରେ ସୋଷିତ୍ ବିସ୍ଥାପିତ, ତ୍ କେବେ ସରକାରୀ ବାବୁ ଙ୍କ ଉଦାସୀନତା ଓ ଆନ୍ତରିକତା ର ଅଭାବ ଯୋଗୁଁ ଦୁର୍ବିସହ ହୋଇଯାଉଛନ୍ତି ପ୍ରକୃତ ବିସ୍ଥାପିତ । ଅନେକ ବିସ୍ଥାପିତ ଭିଟାମାଟି ହରାଇ ନିଜ ପ୍ରାପ୍ୟ ପାଇବା ପାଇଁ ବାର ଦ୍ଵାର ହୋଇ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନା କୁ ଆସିଛି ପେଣ୍ଡରାବନ୍ଦ ର ବିସ୍ଥାପିତ ବଂଶୀଧର ମାଝୀ ଓ ଅନ୍ୟ ଉତ୍ତରାଧିକାରୀ ଙ୍କ ପାଖରୁ ।

ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଆରି ଦିନଠୁ ଆଜି ଯାଏଁ ସମସ୍ୟା ସମାଧାନ ବଦଳରେ ଦିନକୁ ଦିନ ବଢ଼ି ଚାଲିଛି । ଅନେକ ସମୟରେ ଲୋକେ ବିଭିନ୍ନ ସମସ୍ୟା ନେଇ କେବେ ସ୍ଵତନ୍ତ୍ର ଭୁ ଅର୍ଜନ ଅଧିକାରୀ ଙ୍କ ପାଖକୁ ଯାଉଛନ୍ତି ତ କେବେ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯାଉଛନ୍ତି l ହେଲେ ଅଧିକାରୀ ଙ୍କ ଆନ୍ତରିକତା ର ଅଭାବ ଓ ଦଲାଲ ମାନଙ୍କ ଦଲାଲି ଯୋଗୁଁ ହିତାଧିକାରୀ ତାଙ୍କ ପ୍ରାପ୍ୟ ପାଇବା ରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ସଦ୍ୟ ଉଦାହରଣ ହେଉଛନ୍ତି ବଂଶିଧର ମାଝୀ ଓ ଅନ୍ୟ ଉତ୍ତରାଧିକାରୀ । ଗତ ମଇ ମାସରେ ଜଳ ସମ୍ପଦ ବିଭାଗ ତରଫ ରୁ ବଂଶିଧର ଓ ଅନ୍ୟ ଉତ୍ତରାଧିକାରୀ ଙ୍କ ପାଇଁ ଜମି ଅଧିଗ୍ରହଣ ଆଇନ ୨୮(ଏ) ଅନୁସାରେ ବିସ୍ଥାପିତ ବଂଶୀଧରଙ୍କ ନାଁରେ ୧ କୋଟି ୬ ଲକ୍ଷ ୯୮ ହଜାର ୫୬୦ ଟଙ୍କା ମଞ୍ଜୁର ହୋଇଆସିଛି । ହେଲେ ବିଡମ୍ବନା ର ବିଷୟ ବିଭିନ୍ନ ଆଲ ଦେଖାଇ ଦଲାଲ ମାନଙ୍କ କଥା ରେ ପଡି ବିଭାଗୀୟ ଅଧିକାରୀ ମାନେ ଉକ୍ତ ଟଙ୍କା ବଂଶିଧର ଙ୍କୁ ପ୍ରଦାନ ନକରିବା ସମସ୍ତ ଙ୍କୁ ଚକିତ କରିଛି ବୋଲି ଯୋଗ୍ୟ ଉତ୍ତରାଧିକାରୀ ମାନେ କହିଛନ୍ତି ।

ବଂଶୀଧର ଓ ଅନ୍ୟ ଉତ୍ତରାଧିକାରୀ ବିସ୍ଥାପିତ ଟଙ୍କା ପାଇବା ଆଶା ରେ ଖୁସି ହେଉଥିଲେ । ହେଲେ ଆଜି କାଲି କରି ଦିର୍ଘ ଦିନ ବିତି ଯାଇଥିଲେ ହେଁ ନିଜ ପ୍ରାପ୍ୟ ପାଇବା ରୁ ବଞ୍ଚିତ ସମସ୍ତ ବିସ୍ଥାପିତ ହିତାଧିକାରୀ । ଏହାକୁ ନେଇ ବଂଶିଧର ଓ ଅନ୍ୟ ୪୫ ଜଣ ଉତ୍ତରାଧିକାରୀ ଲୋୟର ଇନ୍ଦ୍ର ସ୍ଵତନ୍ତ୍ର ଭୂଅର୍ଜନ ଅଧିକାରୀ ଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ଙ୍କୁ ଜଣାଇ ଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ । ଏହାକୁ ନେଇ ଆମେ ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ କାଲୁ ମାଝୀ ଙ୍କୁ ପଚାରିବାରୁ ବଂଶୀଧର ଙ୍କ ପତ୍ନୀ ଶାନ୍ତି ମାଝୀ ଓ ୨ ଝିଅ ଆମେ ଉଚିତ ହିତାଧିକାରୀ ଓ ବଂଶୀଧରଙ୍କ ମାନସିକ ସ୍ଥିତି ବର୍ତ୍ତମାନ ଠିକ ନାହିଁ ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ କିଛି ଗଣମାଧ୍ୟମ ରେ ମଧ୍ୟ ଖବର ବାହରିଥିଲା । ତେଣୁ ବଂଶୀଧରଙ୍କ ନାମରେ ମଞ୍ଜୁର ହୋଇଥିବା ସମସ୍ତ ବିସ୍ଥାପିତ ସହାୟତା ରାଶି କୁ ସ୍ଥଗିତ ରଖା ଯାଇ ତଦନ୍ତ ଚାଲିଛି । ଅପରପକ୍ଷରେ ବଂଶିଧର ବର୍ତ୍ତମାନ ସୁସ୍ଥ ଓ ମାନସିକ ସ୍ଥିତି କୌଣସି ଖରାପ ନାହିଁ, ଯେଉଁ ଅଭିଯୋଗ ହୋଇଛି ତାହା ମିଥ୍ୟା ଏହା ଦଲାଲ ମାନଙ୍କ ପ୍ରରୋଚନାରେ ହୋଇଚ୍ଚି ବୋଲି ବଂଶିଧର ଓ ସମସ୍ତ ଉତ୍ତରାଧିକାରୀ କହିଛନ୍ତି । ଏଣୁ ବଂଶିଧର ଙ୍କ ନାମରେ ସମସ୍ତ ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।

ବଂଶିଧର ମାଝୀ ଓ ତାଙ୍କ ସହ ଥିବା ଉତ୍ତରାଧିକାରୀ ଙ୍କ ବିସ୍ଥାପିତ ବର୍ଦ୍ଧିତ ରାଶି ଜଳ ସମ୍ପଦ ବିଭାଗ ତରଫରୁ ମଞ୍ଜୁର ହୋଇ ଆସିଥିବା ବେଳେ କିଛି ଦଲାଲ ଙ୍କ କଥା ରେ ପଡି ପ୍ରକୃତ ଯୋଗ୍ୟ ଙ୍କୁ ପ୍ରଦାନ ନକରି ହଇରାଣ କରିବା ବିସ୍ଥାପିତ ମାନଙ୍କୁ ଶକ୍ତ ଧକ୍କା ଦେଇଛି । ଜିଲ୍ଲାପାଳ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ବଂଶିଧର ଙ୍କୁ ତାଙ୍କ ହକ ର ପ୍ରାପ୍ୟ ପ୍ରଦାନ କରିବା ଜରୁରୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here