ବିପ୍ଲବୀ ପରିକ୍ରମା ଡିଜିଟାଲ :- ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର । ଲୋକେ ଆତଙ୍କିତ ହୋଇ ଅଧିକ କିଣାକିଣି କରୁଛନ୍ତି । ଆଉ, ଅସାଧୁ ବେପାରୀ ଏହାର ଫାଇଦା ଉଠାଇ ବଢାଇ ଦେଉଛନ୍ତି ଦର । ବିଶେଷ କରି ଆଳୁ-ପିଆଜ ଦର ଦୁଇ ଦିନ ଭିତରେ କିଲୋ ପିଛା ୨୦ ଟଙ୍କା ବଢିଲାଣି । ବଜାରରେ ୬୦ ତଳକୁ ତ ଆଉ ପରିବା ହିଁ ନାହିଁ । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବ୍ୟବସାୟୀ, କଳାବଜାରୀ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।କିଛି ପରିବା ତ ଦୁଇ ଗୁଣା ହେଲାଣି । ବଜାରରେ ୬୦ ତଳକୁ ଆଉ ପରିବା ନାହିଁ । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ । ରାଜଧାନୀର ୧ ନମ୍ବର ହାଟରେ ବି ଗ୍ରାହକ ହାଉଜାଉ । କିଏ ବ୍ୟାଗ ଭର୍ତ୍ତି ପରିବା କିଣିନେଲାଣି ତ କିଏ ଆଳୁ ପିଆଜ । ରାସନ ଦୋକାନରେ ବି ଭିଡ ଜମିଛି ।ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେଥର ବି ବାତ୍ୟା ଆସିଛି, ଲୋକେ ଆତଙ୍କିତ ହୋଇ ଆବଶ୍ୟକତାଠାରୁ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖୁଛନ୍ତି, ଆଉ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ବଢାଇ ଦେଇଥାନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦର l https://youtu.be/5Wv9CfDE-tw?si=m5ojD3ExV1M0lO6R