ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲାପାଳଙ୍କ ଦ୍ବାରା ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ, ଭଂଜନଗର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଂଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ, ୧୯୫ ଟି ଅଭିଯୋଗର ଶୁଣାଣି କରିଥିଲେ । ଏବଂ ସମସ୍ୟା ଗୁଡ଼ିକର ସମାଧାନ ପାଇଁ, ଉପସ୍ଥିତ ଥିବା ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ୮ ଟି ଅଭିଯୋଗର ତ୍ୱରିତ ଫଇସଲା କରିଥିଲେ । ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।