ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାତ୍ୟା ଦାନା ମାଡି ଆସୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଗୁରୁବାର ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ ରାଜୀବ ଦାସ ଙ୍କ ଅଧ୍ୟକ୍ଷତା ରେ ସମୀକ୍ଷା ବୈଠକ କରାଯାଇଛି l ଏହି ବୈଠକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଡାଲ ଅଧିକାରୀ ସନ୍ତୋଷ ଶୁନାନି ଯୋଗଦେଇ ବାତ୍ୟା ମୁକାବିଲା ର ସମୀକ୍ଷା କରିଥିଲେ l ମୋହନା ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି l ସେମାନେ ୨୪ଘଣ୍ଟା ନଜର ରଖିବେ l ଏଥିସହ ବ୍ଲକ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି l ପ୍ରତି ସମୟରେ ୨ଜଣ ଅଧିକାରୀ କଣ୍ଟ୍ରୋଲ ରୁମରେ ଉପସ୍ଥିତ ରହିବେ l ଯେଉଁ ଅଞ୍ଚଳରେ ଲୋକଙ୍କ କିଛି ସମସ୍ୟା ହେଲେ ତୁରନ୍ତ ନୋଡାଲ ଅଧିକାରୀ ମାନେ କଣ୍ଟ୍ରୋଲ ରୁମ କୁ ସୂଚନା ଦେବେ l
ସେହିପରି ମୋହନା ବ୍ଲକ ର ୨୦୦ ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି l ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳ ରୂପେ ବ୍ୟବହାର କରାଯିବ l ଜନ ପ୍ରତିନିଧି, ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ବାତ୍ୟା ଆଶ୍ରୟ ସ୍ଥଳରେ ରହି ଲୋକଙ୍କୁ ସେବା କରିବାକୁ ନିର୍ଦେଶ ଦିଆଯାଇଛି l ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି l ଲୋକଙ୍କ ଧନ ଜୀବନ ଯେଭଳି ସୁରକ୍ଷିତ ରହିବ ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ରହିଥିବା ବିଡ଼ିଓ କହିଛନ୍ତି l ଏହି ପ୍ରସ୍ତୁତି ବୈଠକ ରେ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଏବିଡ଼ିଓ ରମାକାନ୍ତ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଶୋଇ ଓ ଚନ୍ଦ୍ର କୁମାର ମଲିକ ଉପସ୍ଥିତ ଥିଲେ l