ଏପର୍ଯ୍ୟନ୍ତ ସୃଷ୍ଟି ହୋଇନି ଦାନା ଆଖି 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । କେତେବେଳେ କରିବ ଲ୍ୟାଣ୍ଡଫଲ୍ ? ଆଜି ରାତି ଘଡିସନ୍ଧି । ଆକଳନ ଅନୁସାରେ ଆଜି ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ରାତି ୩ଟାରୁ ଭୋର୍ ମଧ୍ୟରେ ହୋଇ ଯାଇପାରେ ଲ୍ୟାଣ୍ଡଫଲ୍ । ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ପଶିବ ଦାନା । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍ କରିବ ।ତେବେ ଆଜି ରାତିରୁ କାଲି ପୂର୍ବାହ୍ନ ଯାଏଁ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ।ଲ୍ୟାଣ୍ଡଫଲ୍ ପୂର୍ବରୁ ଆଇଏମଡ଼ି ଡିଜି ବାତ୍ୟା ସଂପର୍କରେ ଦେଲେ ସବିଶେଷ ସୂଚନା । ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ଭୀଷଣ ବାତ୍ୟା ଦାନାର ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ଆଖି । ଅଧରାତିରୁ ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଚାଲିବ। ବାତ୍ୟା ଅଧିକ ଶକ୍ତିଶାଳୀ ହେଲେ ତାର ଆଖି ସୃଷ୍ଟି ହୋଇଥାଏ । କିନ୍ତୁ ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଚି ହୋଇନାହିଁ । ଆଇଏମଡିର ପୂର୍ବାନୁମାନ ଅନୁସାରେ, ଲ୍ୟାଣ୍ଡଫଲ ସମୟରେ ସର୍ବାଧିକ ପବନର ବେଗ ୧୨୦ ଭିତରେ ସୀମିତ ରହିବ । ବର୍ତ୍ତମାନ ବଙ୍ଗୋପସାରରେ ବାତ୍ୟା ଦାନାର କେନ୍ଦ୍ରସ୍ଥଳରେ ପବନର ବେଗ ସର୍ବାଧିକ ୧୦୫ ରହିଥିବା ବେଳେ ଓଡ଼ିଶା ଉପକୂଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ବହୁଛି ।ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ ବୋଲି IMD DG ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଆଜି ଓ ଆସନ୍ତାକାଲି ପବନର ବେଗ ୧୦୦-୧୨୦ କିମି ରହିପାରେ ।

LEAVE A REPLY

Please enter your comment!
Please enter your name here