ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ଦାନା

0

ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ‘ଦାନା’। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍‌ର କେନ୍ଦ୍ରସ୍ଥଳ। ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ଅନୁଭୂତ । ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ରହିଥିଲା । ପବନ ପ୍ରଭାବରେ ଭିତରକନିକାରେ ଜୁଆର ଉଠୁଛି। ପ୍ରାୟ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠି ମାଡ଼ି ଯାଉଛି ପାଣି । ଧାମରାରେ ମଧ୍ୟ ବାତ୍ୟା ‘ଦାନା’ ତାଣ୍ଡବର ଦେଖିବାକୁ ମିଳିଛି। ଅଧିକ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇଛି। ଘରର ଆଜବେଷ୍ଟସ୍ ଉଡ଼ିଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବାନୁମାନ ଅନୁସାରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ ହୋଇଛି। ସେଠାରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିଛି। ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ। ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବ।

 

LEAVE A REPLY

Please enter your comment!
Please enter your name here