ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆରମ୍ଭ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସ୍ଥଳଭାଗ ଛୁଇଁଲା ବାତ୍ୟା । ତେବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ସକାଳ ପର୍ୟ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି କୁହାଯାଉଛି । ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମୟରେ ପବନର ବେଗ ୧୦୦ ଉପରେ ରହିବ ବୋଲି ଅନୁମାନ କରାଯାଉଛି । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଏବେ ବି ଉଚ୍ଚ ଜୁଆର ଆସୁଛି lଉଗ୍ରରୂପ ଧାରଣ କରି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ‘ଦାନା’ । ଭିତରକନିକାର ହାବେଳିଖାଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଥିବା ବେଳେ ଏବେବି ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିଛି । ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ରହିଥିଲା । ଏବେବି ପବନର ବେଗ ଘଣ୍ଟାପ୍ରତି ସମାନ ରହିଛି । କେନ୍ଦ୍ରାପଡାରେ ତୁହାକୁ କୁହା ବର୍ଷା ଜାରି ରହିଛି । ସମୁଦ୍ରରେ ୧୦ ଫୁଟ ଉପରକୁ ଜୁଆର ଉଠୁଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି ।

ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଯାଜପୁରରେ ସାମାନ୍ୟ ବର୍ଷା ହୋଇଛି । କିଛି ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଛି । ଗତକାଲି ଠାରୁ ବାତ୍ୟାର ପ୍ରଭାବରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ୬୧୪ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବା ବେଳେ ରାତି ସୁଦ୍ଧା ୩୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାସ୍ତର କରାଯାଇଛି ।

ଲ୍ୟାଣ୍ଡଫଲ ସମୟରେ କ୍ଷତି ଘଟାଇଲା ଦାନା । କେନ୍ଦ୍ରାପଡା ଓ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି । ଗଛ ଉପୁଡିବା ସହ ଅଶାନ୍ତ ହେଲା ସମୁଦ୍ର । ଭିତରକନିକା ଆଡକୁ ମାଡି ଆସିଲା ସମୁଦ୍ର । ପବନର ବେଗରେ ଗଛ ଭାଙ୍ଗିବା ସହ ଉଡିଲା ଘରର ଆଜିବେଷ୍ଟ ।ଲ୍ୟାଣ୍ଡଫଲ ସମୟରେ ଉପକୂଳ ଓଡିଶାରେ ବର୍ଷା ସାଙ୍ଗକୁ ସୁସୁ ପବନ ବହିଥିଲା । ତାହା ଏବେ ମଧ୍ୟ ଜାରି ରହିଛି । ବାଲେଶ୍ୱର ୪୨. ୮, ଚାନ୍ଦବାଲି ୧୩୧. ୬ ଓ ପାରାଦ୍ବୀପରେ ୫୮. ୩, ଭୁବନେଶ୍ୱର ୧୯. ୪ ଓ ପୁରୀରେ ୧୮. ୪ ମିମି ବର୍ଷା ରେକର୍ଡ କରାଯାଇଛି ।ହାବେଳିଖାଟି ନେଚର କ୍ୟାମ୍ପରେ ଲ୍ୟାଣ୍ଡଫଲ ପରେ ଏବେ ଉତ୍ତର-ଉତ୍ତର-ପଶ୍ଚିମକୁ ଗତି କରୁଛି ଦାନା । ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରିବା ସହ ଧାମରା ଠାରୁ ଉତ୍ତରରେ ୧୫ କିମି ଓ ହାବେଳିଖାଟି ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ରହିଛି। ଏବେ ବି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଘଣ୍ଟେ ରୁ ୨ ଘଣ୍ଟା ଆହୁରି ପ୍ରକ୍ରିୟା ଜାରି ରହିଛି l ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ନେଇ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here