ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡ଼ିଆ ଭଣ୍ଡାରି ସାହି ଛକରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଅଛି।ଏହି ପୂଜା ଦୀର୍ଘ ୪୦ ବର୍ଷ ହେଲା ଅନୁଷ୍ଠିତ ହେଉଅଛି।ସକାଳ ସମୟରେ ମାଆଙ୍କ ଆଳତୀ,ହୋମ ଓ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ କରାଯାଉଛି। ସନ୍ଧ୍ୟା ଆଳତୀ ଦର୍ଶନ କରି ମାଆଙ୍କ ଆଶିଷ ନେବାକୁ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି।ଆଲୋକ ସଜ୍ଜା ତୋରଣରେ ସହର ଝଲସି ଉଠୁଛି, ଆଜି ନବମ ଦୀନ ବା ମାଁଙ୍କ ବାର ଗୁରୁବାରରେ ଅପରାହ୍ନ ସମୟରେ ମାଆଙ୍କ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ସହିତ ସନ୍ଧ୍ୟା ସମୟରେ ଦୀପ ଯଜ୍ଞ, ଓ ମାଆଙ୍କ ନିକଟରେ ସଧବା ନାରୀମାନଙ୍କୁ ଚୁଡି ସିନ୍ଦୂର ପ୍ରଦାନର ବ୍ୟବସ୍ଥା କରାଯାଇଛି ମହିଳା ମାନେ ଧାଡ଼ି ରେ ଆସି ମାଁ ଙ୍କ ଦର୍ଶନ କରିବା ସହ ମାଁ ଙ୍କ ସମ୍ମୁଖ ରେ ଦୀପ ଦେଇ ମାଁ ଙ୍କ ଚୁଡ଼ି ସିନ୍ଦୁର ନେଉଥିବା ଦେଖିବାକୁ ମିଳିଛି ।
ଏହି ସମୟରେ ଆଜି ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଏହି ପୁଜା କମିଟିର ସଭାପତି ସୁରେଶ ଦାସ,ଗଜ ଲକ୍ଷ୍ମୀ ପୂଜା କମିଟିର ପରାମର୍ଶ ଦାତା ସୀମାଞ୍ଚଳ ପତିତ, ସମ୍ପାଦକ ବାବୁନା ବେହେରା, ସମେତ ସମସ୍ତ ପୂଜା କମିଟି ପକ୍ଷରୁ ଗହଳିକୁ ଆଖି ଆଗରେ ରଖି ସହ ଯୋଗ କରିଥାଏ ଏବଂ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ରହି ସ୍ଥିତି କୁ ଆୟତ କରିଛନ୍ତି l