ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏମକେସିଜି ମେଡିକାଲ କଲେଜର ପୁଣି ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ତାଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବାର ଅଭିଯୋଗ ହୋଇଛି। ଏହି ରାଗିଂ ଘଟଣାରେ ଏମକେସିଜି ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ରହିଛି। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, କିଛି ଦିନ ତଳେ ଏମକେସିଜି ମେଡିକାଲ କଲେଜର ରୁଦ୍ର ରାଉତ ନାମକ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା । ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସକୁ ବ୍ୟାନ୍ କରାଯାଇଥିଲା। ତଦନୁଯାୟୀ, ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍ ରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ ଶ୍ରେଣୀ ଗୃହକୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।
ସେହିଭଳି ରାଗିଂକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l