କେନ୍ଦୁଝର, ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ଥିବା ବିଭିନ୍ନ ପ୍ଲାଣ୍ଟରୁ ଖଣିଜ ପଦାର୍ଥ ଅନ୍ୟତ୍ର ପରିବହନ ଚାଲୁଥିବା ବେଳେ କିଛି ବ୍ୟକ୍ତି ଏହି ପରିବହନ କାର୍ଯ୍ୟକୁ ନିଜ ଅକ୍ତିଆରକୁ ନେଇ ଅନ୍ୟ ଟ୍ରକ ଗୁଡିକୁ ପରିବହନ କାର୍ଯ୍ୟରେ ନିୟୋଜିତ କରି ସ୍ଥାନୀୟ ଟ୍ରକକୁ ଏଥିରୁ ବଞ୍ଚିତ କରୁଛନ୍ତି। ଯାହା ଫଳରେ ଲୋକାଲ ଟ୍ରକ୍ ଗୁଡିକ ଦୀର୍ଘ ଦିନରୁ ଛିଡା ହୋଇ ରହିଥିବା ବେଳେ ସ୍ଥାନୀୟ ଟ୍ରକ୍ ମାଲିକ ଆର୍ଥିକ ଅନଟନର ଶିକାର ହେଉଛନ୍ତି। ଯାହାକୁ ନେଇ ଏବେ ଟ୍ରକ୍ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଯାହା ଆଗକୁ ଉଗ୍ରରୂପ ଧାରଣ କରିବାର ସମ୍ଭାବନା ରହିଛି। ଏଣୁ ସରକାର ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। ଏହି ମାମଲାରେ ଦେଖନ୍ତୁ ସ୍ଥାନୀୟ ଟ୍ରକ୍ ମାଲିକଙ୍କ ପ୍ରତିକ୍ରିୟା କଣ ରହିଥିଲା ?