ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଆଙ୍କୁଲି ହାଇସ୍କୁଲ ନିକଟରେ ଥିବା ବେଆଇନ ଭାବେ ଗଚ୍ଛିତଥିବା ଏକ ଘରୁ ବିପୁଳ ପରିମାଣର ବାଣ ଜବତ କରିଛି ବୈଦ୍ୟନାଥପୁର ଥାନା ପୁଲିସ। ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଚଢ଼ଉରେ ଥାନା ଅଧିକାରୀ ସୁଚିତ୍ରା ପରିଡ଼ା, ଏସଆଇ ଦୀପ୍ତି ରଞ୍ଜନ ପ୍ରଧାନ, ପ୍ରିୟାଙ୍କା ସାହୁ, କାଜଲ ବାଗ୍ ଓ ଏଏସଆଇ ବିଜୟ ସୁନା ଶଗଡ଼, ଗିରି ଗୋବର୍ଦ୍ଧନ ଜେନାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସହରର କିଛି ବ୍ୟବସାୟୀ ଦିପାବଳି ନିମନ୍ତେ ବାଣ ବିକ୍ରି କରିବା ଲାଗି ବିପୁଳ ପରିମାଣର ବାଣ ବେଆଇନ୍ ଭାବେ ଗଛିତ ରଖୁଥିବା ବିଶେଷ ସୁତ୍ର ରୁ ସୁଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଏକ ମାତ୍ର ବୃହତ ବାଣ ବଜାର କୁହାଯାଉଥିବା ବାଲୁଙ୍କେଶ୍ଵର ବାଣ ବଜାର ବନ୍ଦ ହେବା ପରେ ହାତ ଗଣତି ୬ ରୁ ୭ ଜଣ ବ୍ୟବସାୟୀ ସରକାରଙ୍କ ନିତି ନିୟମ ମାନି ବାଲି ପଢା ନିକଟ ଅଞ୍ଚଳରେ ବାଣ ବଜାର ଖୋଲିବା ବେଳେ ଅନ୍ୟ ବ୍ୟବସାୟୀ ପୋଲିସ ଓ ପ୍ରଶାସନ ଆଖୀରେ ଧୁଳି ଦେଇ ଏଥର ବେଆଇନ ବାଣ ବିକ୍ରୀ କରିବା ଲାଗି ଅଣ୍ଟା ଭିଡିଛନ୍ତି। ବାହାର ରାଜ୍ୟରୁ ଟ୍ରକ ଟ୍ରକ ବାଣ କୁ ଆଣି ମହଜୁଦ ରଖାଯାଇଥିବା ବେଳେ ବିଭିନ୍ନ ଗ୍ରାମାଞ୍ଚଳକୁ ଏହା ସପ୍ଲାଇ କରାଜିବା ଲାଗି ଆଲୋଚନା ଚାଲିଥିବା ବେଳେ ପୋଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରି ହୋଇ ପଡିଛି।