ଗାଁ କୁ ରାସ୍ତା ନଥିବା ଯୋଗୁଁ ଯାଇ ପାରିଲାନି ଆମ୍ବୁଲାନ୍ସ 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୃତ ଗର୍ଭବତୀ ମହିଳାଙ୍କ ଶବ କୁ ପ୍ରାୟ ଦୁଇ କିଲୋମିଟର ବୋହି ଆଣିଲେ ଗ୍ରାମବାସୀ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ନିଲ୍ଦିକିଆ ଗାଁରେ l ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଡିକ୍ଲିଆ ଗ୍ରାମର ଗର୍ଭବତୀ ମହିଳା ମମିତା ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗାଁ ଲୋକେ ପ୍ରଥମେ ଅଡବା ମେଡିକାଲ ନେଇଥିଲେ । ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମମିତା ଙ୍କ ମୃତ୍ୟୁ ଘଟିଥିଲା l ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ରୁ ଗାଁ କୁ ଆଣିଥିଲେ l ତେବେ ଗାଁ କୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଶବ ରଖିଦେଇଥିଲା l ତେଣୁ ବାଧ୍ୟ ହୋଇ ଗାଁ ଲୋକେ ପ୍ରାୟ ୨ କିଲୋମିଟର କାନ୍ଧରେ ବୋହି ନେଇଥିଲେ l ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ସବୁବେଳେ ରାସ୍ତା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇଛନ୍ତି ଗ୍ରାମବାସୀ l

LEAVE A REPLY

Please enter your comment!
Please enter your name here