କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଗାମୀ ଝାଡ଼ଖଣ୍ଡ ରାଜ୍ୟର ନିର୍ବାଚନକୁ ଦୃଷ୍ଟି ଆଗରେ ରଖି କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସ ଓ ଚମ୍ପୁଆ ଅତିରିକ୍ତ ଅବକାରୀ ଅଧିକ୍ଷକ ଶ୍ରୀ ଦିବ୍ୟ ରଞ୍ଜନ ଦୀପଙ୍କ ନିର୍ଦ୍ଦେଶ କ୍ରମେ ତଥା ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସୋମବାର ଚମ୍ପୁଆ, ଝୁମ୍ପୁରା,ଯୋଡା ଓ ବଡବିଲ ଅବକାରୀ ବିଭାଗ ପକ୍ଷରୁ ଝାଡଖଣ୍ଡ ପୋଲିସ୍ ସହାୟତାରେ ଓଡିଶା-ଝାଡଖଣ୍ଡ ସୀମାବର୍ତ୍ତି ଟାଟିବା ଜଙ୍ଗଲ ସହ ନିମତୁର, ହାୟାରପୁର ଆଦି ଗ୍ରାମ ଗୁଡିକରେ ଅତର୍କିତ ଚଢାଉ କରାଯାଇଥିଲା।
ଦିନ ତମାମ ଚାଲିଥିବା ଏହି ଚଢ଼ାଉରେ ମୋଟ ୬୧୦୦ କେଜି ପୋଚ, ୭୧୦ ଲିଟର ଦେଶୀ ମଦ ସହ ମଦରନ୍ଧା ସାମଗ୍ରୀ ଜବତ୍ ହୋଇଥିବା ବଡବିଲ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।