କ୍ରାନ୍ତି ପକ୍ଷରୁ ସ୍ତନ କର୍କଟ ସଚେତନତା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଗ୍ରଣୀ ସ୍ବେଚ୍ଛାସେବୀ କ୍ରାନ୍ତି ଅନୁଷ୍ଠାନ ଓ ସରକାରୀ ଆଇ.ଟି.ଆଇ ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ ମିଳିତ ସହଯୋଗରେ ସରକାରୀ ଆଇ.ଟି.ଆଇ ଅଡିଟୋରିୟମରେ ସ୍ତନ କର୍କଟ ରୋଗର ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି । କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ । ସଚେତନ କରାଯିବା ଦ୍ବାରା ଏହି ରୋଗକୁ ମାତ ଦିଆଯାଇ ପାରିବ ।

ସ୍ତନ କର୍କଟ ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି କରିବା, ବ୍ୟକ୍ତିବିଶେଷ, ବିଶେଷକରି ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ସହିତ ସଶକ୍ତ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ଯ ଉଦ୍ଦେଶ୍ଯ ଥିଲା l ଏଥିରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟାନ୍ସର ସର୍ଭାଇଭର ଡ଼ଃ ଦେବାନନ୍ଦ ଦାଶଙ୍କ ସଭାପତିତ୍ବରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଡ଼ଃ ଦାଶ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

କ୍ରାନ୍ତି ଅନୁଷ୍ଠାନ ର ସଦସ୍ୟା ଶ୍ରୀମତୀ ନିର୍ମଳା ଦାଶ ଅତିଥିମାନଙ୍କୁ “ଉପଢୌକନ” ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ବହୁ ସଦସ୍ୟ ଓ ଶିଳ୍ପ ତାଲିମ ଅନୁଷ୍ଠାନର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here