ଧିରେଧିରେ କମିବାକୁ ଲାଗିଲାଣି ମାଟି ଦ୍ଵୀପର ଚାହିଦା : ସଂକଟରେ କୁମ୍ଭକାରଙ୍କ ଜୀବନଜୀବିକା

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-ଆଧୁନିକ ଯୁଗରେ ପ୍ଲାଷ୍ଟିକ ପାତ୍ରର ବ୍ୟବହାର ବଢ଼ି ଚାଲିଥିବା ବେଳେ ମାଟିପାତ୍ରର ଚାହିଦା କମି ଗଲାଣି। ମାଟିପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରୁଥିବା କୁମ୍ଭକାରଙ୍କ ଜୀବନଜୀବିକା ଏବେ ସଂକଟରେ ପଡ଼ି ଯାଇଛି l ଏମାନେ ବର୍ଷ ତମାମ ମାଟିରେ ପାତ୍ର ତିଆରି କରନ୍ତି। ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ବିଶେଷ କରି ଦୀପାବଳି ବେଳେ ମାଟିରେ ତିଆରି ପଲମ, ଦୀପ, ଧୂପ ଦାନି ଆଦି ବିକ୍ରି ବେଶି ହୁଏ। ଏହି ସମୟରେ ସେମାନେ ବେଶ ଦୁଇ ପଇସା ରୋଜଗାର କରି ଲାଭବାନ ହୁଅନ୍ତି ,କିନ୍ତୁ ଏବେ ଆଉ ସେଦିନ ନାହିଁ। ଦୀପ ସ୍ଥାନରେ ଲୋକେ ଅତ୍ୟାଧୁନିକ ଲାଇଟ, ଚାଇନା ଲାଇଟ୍ ଆଦି ବ୍ୟବହାର କରି ଦୀପାବଳିକୁ ବେଶ ସୁରୁଖୁରୁରେ ପାଳନ କରୁଛନ୍ତି। ଫଳରେ କୁମ୍ଭକାରମାନଙ୍କ ବ୍ୟବସାୟ ଠପ ହୋଇଯାଉଛି l

LEAVE A REPLY

Please enter your comment!
Please enter your name here