ଏମକେସିଜି ମେଡିକାଲ କଲେଜରେ ପୁଣି ରେଗିଂ ଘଟଣା : ୫ ଜଣଙ୍କୁ କଲେଜ କ୍ୟାମ୍ପସକୁ ବାରଣ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରେଗିଂ ଘଟଣା ସାମ୍ନାକୁ ଆସିଛି l ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ୫ ଜଣ ଛାତ୍ର ରେଗିଂ‌ କରିଥିବା ହୋଇଛି ଅଭିଯୋଗ ‌। ୫ ଜଣ ଚତୁର୍ଥ ବର୍ଷର ଛାତ୍ର ମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଶାରିରୀକ ଓ ମାନସିକ ଭାବେ ରେଗିଂ କରିଥିଲେ । ରେଗିଂ ହୋଇଥିବା ନେଇ ଜଣେ ଦ୍ବିତୀୟ ବର୍ଷର ଛାତ୍ର ଓ ତାଙ୍କ ଅଭିଭାବକ ଗତ ଦୁଇ ଦିନ ପୂର୍ବରୁ ମେଡିକାଲ ଡିନକୁ ଦେଇଥିଲେ ଲିଖିତ ଅଭିଯୋଗ । ଆଉ ଦୁଇ ଜଣ ମଧ୍ୟ ଏନଏମସି ନିକଟରେ ରେଗିଂ ହୋଇଥିବା ଅଭିଯୋଗ କରିଛନ୍ତି ।ଏନେଇ ଏମକେସିଜି ମେଡିକାଲ କଲେଜ ରେ ଦୀର୍ଘ ଦୁଇ ଘଣ୍ଟା ଧରି ବସିଥିଲା ଆଣ୍ଟି ରେଗିଂ କମିଟିର ବୈଠକ l ଏହି ବୈଠକର ନିଷ୍ପତି ପ୍ରକାରେ ୫ ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସକୁ ବାରଣ କରାଯାଇଛି l କଲେଜ କତୃପକ୍ଷଙ୍କ ପକ୍ଷରୁ ୫ ଜଣଙ୍କୁ କ୍ୟାମ୍ପସ ବାରଣ କରାଯାଇଥିବା ନିଷ୍ପତି ପରେ ପୋଲିସରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ ଦିଆଯିବ ବୋଲି କମିଟି ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲ କଲେଜ ଡିନ ଡ଼ା ସୁଚିତ୍ରା ଦାସ l ଅନ୍ୟପଟେ କମିଟିର ଲିଖିତ ଅଭିଯୋଗ ପ୍ରକାରେ ତଦନ୍ତ କରି ପୋଲିସ ମଧ୍ୟ ୫ ଜଣ ଛାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ lଅନ୍ୟପଟେ ଏନଏମସି ନିକଟରେ ହୋଇଥିବା ଅଭିଯୋଗର ମଧ୍ୟ ତଦନ୍ତ କରାଯାଇ ଖୁବଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲ କଲେଜ ଡିନ ଡ଼ା ସୁଚିତ୍ରା ଦାସ l

LEAVE A REPLY

Please enter your comment!
Please enter your name here