ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ବ୍ରହ୍ମପୁର ସହରର ପ୍ରଥମ ନାଗରିକ ତଥା ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ଜୀବନ ପ୍ରତି ରହିଛି ବିପଦ । ଟେଲିଫୋନ ଯୋଗେ ତାଙ୍କୁ ବାରମ୍ବାର ଧମକ ଓ ଗାଳି ଗୁଲଜ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ମେୟର ସଂଘମିତ୍ରା ଦଳେଇ ବ୍ରହ୍ମପୁର ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି I ଗତ ୨୯ ତାରିଖ ମଙ୍ଗଳବାର ଦିନ ଅପରାହ୍ଣ ପ୍ରାୟ ୪ଟା ୫୦ମିନିଟ ସମୟରେ ମେୟର ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ୯୦୭୮୦୯୦୨୫୨ ନମ୍ବରରୁ ତାଙ୍କ ଫୋନକୁ ଏକ କଲ ଆସିଥିଲା l ଉକ୍ତ କଲଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଈ.ଲଳିତ ମୋହନ ଦାସଙ୍କର ବୋଲି ଜଣାପଡ଼ିଥିଲା । ଦୀର୍ଘବର୍ଷ ଧରି ସେ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ଵପୂର୍ଣ ଦାୟିତ୍ୱରେ ରହିଥିଲେ । ନିକଟରେ ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା । ଦୀର୍ଘ ବର୍ଷ ଧରି ବିଇଏମସିରେ କାର୍ଯ୍ୟ କରିବା ପରେ ହଠାତ ମେୟରଙ୍କ ପ୍ରତି ତାଙ୍କର ଏଭଳି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଏତଲାକୁ ଗ୍ରହଣ କରି ପୂର୍ବତନ ନିର୍ବାହୀଯନ୍ତ୍ରୀ ଇଂ.ଲଳିତ ମୋହନ ଦାସଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ପାଇଁ ସୂଚନା ଦେଇଛନ୍ତି।