ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସକାଳୁ ସକାଳୁ ଥରିଲା ରାଜ୍ୟ ରାଜଧାନୀ ଭୁବନେଶ୍ବର । ଆଜି ସକାଳୁ ଭୂକମ୍ପ ହୋଇଥିବା ସୂଚନା ରହିଛି । ସକାଳ 7ଟା 15 ମିନିଟରେ ଭୂକମ୍ପ ବୋଇଥିବା ସୂଚନା ମିଳିଛି । ଭୀମଟାଙ୍ଗି, ସିଆରପି ଏବଂ ନୟାପଲ୍ଲୀ ଅଞ୍ଚଳବାସୀ ଭୂକମ୍ପ ଅନୁଭୂତ କରିଛନ୍ତି । କିନ୍ତୁ ଏନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ବଡ ଧରଣର ନହେଲେ ମଧ୍ୟ ମୃଦୁ ଭୂକମ୍ପ ବୋଲି କୁହାଯାଉଛି । ଉକ୍ତ ଅଞ୍ଚଳବାସୀ ଭୂକମ୍ପ ଅନୁଭୂତ କରିଥିବା କହିଛନ୍ତି ।
କହିରଖୁଛୁ କି, ଯଦି ଭୂକମ୍ପର ତୀବ୍ରତା 2.5ରୁ କମ୍ ରୁହେ ତାହେଲେ ତାହା ଗ୍ରାଫରେ ପ୍ରକାଶିତ ହୋଇନଥାଏ । ତେବେ ଏହି ଭୂକମ୍ପର ତିବ୍ରତା କମ୍ ରହିଥିବାରୁ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ ବୋଲି କୁହାଯାଇଛି । ଭୁବନେଶ୍ବରେ ଭୂକମ୍ପ ବିରଳ ହୋଇଥିବା ବେଳେ ଆଜି କିଛି ମାତ୍ରାରେ ଲୋକେ ମୃଦୁ ଭୂକମ୍ପ ଅନୁଭୂତ କରିଛନ୍ତି । ତେବେ ମୃଦୁ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଦୀର୍ଘ 2ରୁ 3 ବର୍ଷ ପରେ ଏହି ଭୂକମ୍ପ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଏକପ୍ରକାର ଛନକା ପସିଛି ।