ଆମ୍ବ ଟାଙ୍କୁ ଜାଉ ଖାଇ ଅସୁସ୍ଥ ରୋଗୀଙ୍କୁ ଭେଟିଲେ ବିଜେଡ଼ିର ପ୍ରତିନିଧି ଦଳ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆମ୍ବ ଟାଙ୍କୁ ଜାଉ ଖାଇ ମୃତ୍ୟୁ ବରଣ କରିବା ଆଉ ୬ ଜଣରୁ ଅଧିକ ଅସୁସ୍ଥ ହୋଇ ଚିକିତ୍ସା ହେବା ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଛି l ରାଜ୍ୟରେ ଗରିବ ଆଉ ଗରିବୀ ର ମାତ୍ରା କେତେ ଅଧିକ ତାହା ସ୍ପଷ୍ଟ ବାରି ହୋଇପଡୁଛି l ଏହି ଘଟଣା ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବଂ ୬ ଜଣ ଗୁରୁତର ଭାବେ ପୀଡ଼ିତ ହୋଇ MKCG ରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହା ଓଡିଶା ରାଜ୍ୟ ପାଇଁ ଏକ କଳଙ୍କିତ ଘଟଣା ବୋଲି ବିଜେଡି ପକ୍ଷରୁ କୁହା ଯାଇଛି।ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁଵକ୍ସି ପାତ୍ର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଡାକ୍ତରଖାନାରେ ପୀଡିତମାନଙ୍କୁ ଭେଟି ଅବସ୍ଥା ବୁଝିବା ସହିତ ତାଙ୍କ ପରିବାର ବର୍ଗ ସହିତ ଘଟଣା କୁ ନେଇ ଆଲୋଚନା କରିଥିଲେ।

ଗତ ୩ ମାସ ଧରି ସରକାରଙ୍କ ତରଫରୁ ରାସନ ଜିନିଷ ନ ମିଳିବା ଯୋଗୁଁ ଜୀବନ ବିକଳରେ ଗରିବ ଲୋକମାନେ ଆମ୍ବ ଟାଙ୍କୁ ଜାଉକରି ଖାଇବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏପରି ଦୁଃଖଦ ଅବସ୍ଥା ଦେଖା ଦେଇଛି ବୋଲି କହିଛନ୍ତି ପୂର୍ବତନ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା। ରାଜ୍ୟରେ ବଜେପିର ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଆଦିବାସୀଙ୍କର ଏହି କରୁଣ ଚିତ୍ର ବୋଲି ଅଭିଯୋଗ କରିଛନ୍ତି ସାଂସଦ ପ୍ରାର୍ଥୀ ଭୃଗୁଵାକ୍ସି ପାତ୍ର। ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଆଦିବାସୀ ମାନେ ରାସନ ସାମଗ୍ରୀ ପାଉଥିଲେ। କିନ୍ତୁ ୩ ମାସ ପର୍ଯ୍ୟନ୍ତ ରାସନ ନ ଦେବା ଆଇନର ସ୍ପଷ୍ଟ ଉଲଂଘନ ହୋଇଛି । ତେଣୁ ରାସନ ନ ଦେବାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ବିଜେଡି ନେତୃବୃନ୍ଦ।

 

LEAVE A REPLY

Please enter your comment!
Please enter your name here